Wed. Jan 22nd, 2025

ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ

168 Views

ଯୋରନ୍ଦା : ଢେଙ୍କାନାଳ ଗଁଦିଆ ବ୍ଲକ ଯୋରନ୍ଦା ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି  । ଏହି ଉପଲକ୍ଷେ ସ୍ନାନ ବେଦୀକୁ ପୁଷ୍ପ ଓ ଆଲୋକ ମାଳାରେ ସୁ ସଜ୍ଜିତ କରାଯିବା ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା  । ଭଜନ କୀର୍ତ୍ତନ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ ଠାକୁରମାନେ ଗୋଟି ପହଣ୍ଡିରେ ସ୍ନାନ ବେଦୀକୁ ଦିନବେଳେ ବିଜେ କରିଥିଲେ ।

ହୋମଯଜ୍ଞ ସହିତ ଭକ୍ତମାନେ ସ୍ନାନ ବେଦୀରେ ପୂଜା କରି ଦର୍ଶନ କରିଥିଲେ  । କିଛି ସମୟ ବ୍ୟବଧାନରେ ମନ୍ଦିର କୂପରୁ ଆସିଥିବା ଅଗୁରୁ ଚନ୍ଦନ ମିଶ୍ରିତ ସୁବାଷିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ କଳସ ଜଳରେ ବିଧି ଅନୁଯାୟୀ ସ୍ନାନ କରାଯାଇଥିଲା  । ଆଖପାଖ ଅଞ୍ଚଳରେ ବହୁଭକ୍ତ ସ୍ନାନ ବେଦୀରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ସଂଧ୍ୟା ଆଳତୀ ପରେ ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀରେ ଭକ୍ତଙ୍କ ମେଳରେ ଠାକୁରମାନଙ୍କୁ ଅଣସର ପିଣ୍ଡିକୁ ନିଆଯାଇଥିଲା  । ପଣ୍ଡିତ ଅମରେନ୍ଦ୍ର ନନ୍ଦ, ମୁରଲିଧର ଶତପଥୀ, କୈଳାଶ ମିଶ୍ର, ଗୌରାଙ୍ଗ ମିଶ୍ର, କ୍ଷେତ୍ରବାସ ମିଶ୍ର ଓ ସର୍ବେଶ୍ୱର ମିଶ୍ର ଠାକୁରମାନଙ୍କ ପୂଜାନୀତି କରିଥିବା ବେଳେ ଚାରଣ ଗୋଷ୍ଠୀର ସଭ୍ୟ ସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରୁଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା  ।

Related Post