Fri. Mar 6th, 2026

ଯୋଗୀ ରାଜ୍‌: ସ୍ୱାଧୀନତା ଦିବସରେ ୟୁପିର ସବୁ ମାଦ୍ରାସାରେ ଉଡ଼ିବ ତ୍ରିରଙ୍ଗା, ‘ଭାରତ ମାତା କୀ ଜୟ’ ନାରା ଦେବେ ଛାତ୍ରଛାତ୍ରୀ

384 Views

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଆସନ୍ତା ୧୫ ତାରିଖରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ଅବସରରେ ଉତ୍ତରପ୍ରଦେଶରେ ଥିବା ସମସ୍ତ ମାଦ୍ରାସାଗୁଡ଼ିକରେ ତ୍ରିରଙ୍ଗା ଉଡ଼ିବା ସହ ମାଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ‘ଭାରତ ମାତା ମୀ ଜୟ’ ନାରା ଦେବେ। ଖାଲି ଏତିକି ନୁହେଁ ଏସବୁର ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରି ରଖିବେ। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଆଜି ଉତ୍ତରପ୍ରଦେଶର ସମସ୍ତ ମାଦ୍ରାସାଗୁଡ଼ିକୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁମାନେ ଏହି ନିର୍ଦ୍ଦେଶନାମାର ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପ୍ରକାର ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ରାଜନୀତି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ ମୁହଁତୋଡ଼ ଜବାବ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରତ୍ୟେକ ଅନୁଷ୍ଠାନ ଉପରେ ତ୍ରିରଙ୍ଗା ଉଡ଼ାଇବା ହେଉଛି ଏକ ଜାତୀୟ କର୍ତ୍ତବ୍ୟ। ସେହପରି ଭାରତ ମାତା କୀ ଜୟ ନାରା ଦେବା ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କର ଦାୟିତ୍ୱ। ତେଣୁ, ଏହାକୁ କେନ୍ଦ୍ର କରି ରାଜନୀତି କରାଯିବା ମଧ୍ୟ ଅନୁଚିତ’ ବୋଲି ଗଣମାଧ୍ୟମକୁ କହିବା ସହ କାହାର ଦେଶଭକ୍ତିର ପରୀକ୍ଷା ନେବା ଉଦ୍ଦେଶ୍ୟରେ ଏପରି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ସ୍ପଷ୍ଟ କରି ଦେଇଛନ୍ତି।

By amfnews

Related Post