254 Views
ନୂଆଦିଲ୍ଲୀ, ଜାନୁଆରୀ ୩୦ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭମେଳା ଅବସରରେ ମଙ୍ଗଳବାର ପବିତ୍ର ଗଙ୍ଗାରେ ବୁଡ଼ ପକାଇବା ନେଇ କଂଗ୍ରେସର ବିରିଷ୍ଠ ନେତା ଶଶୀ ଥରୁର୍ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଥିବାରୁ ଶଶୀ ଥରୁର୍ଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୃତି କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ପରି ଜଣେ ପଇତାଧାରୀ ବ୍ରାହ୍ମଣ କିପରି ଭାବେ ତାଙ୍କ ଦଳୀୟ ନେତାଙ୍କୁ କୋଟଇ କୋଟି ହିନ୍ଦୁମାନଙ୍କ ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ପାଇଁ ଅନୁମତି ଦେଉଛନ୍ତି? କୁମ୍ଭମେଳାର ଗୁରୁତ୍ୱ କ’ଣ ଶଶୀ ଥରୁର୍ ଜାଣନ୍ତି ନାହିଁ? ବୋଲି ଇରାନୀ ପ୍ରଶ୍ନ କରିଛନ୍ତି।
ଶଶୀ ଥରୁର୍ଙ୍କ ପରି ଜଣେ ଶିକ୍ଷିତ ବ୍ୟକ୍ତି କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେବା ପରି ମନ୍ତବ୍ୟ ଦେବା ଶୋଭା ପାଉନି ବୋଲି ବିଜେପିର ଅନେକ ବରିଷ୍ଠ ନେତା କହିଥିବାର ଶୁଣିବାକୁ ମିଳୁଛି।