Tue. Jan 21st, 2025

ଯୋଗୀଙ୍କ ମିଶନ-୨୦୨୨, ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ୨୩ ବିଧାୟକ

By amfnews Aug 21, 2019 #Featured
99 Views

ଲଖନଉ : ଉତ୍ତରପ୍ରଦେଶ ସରକାରଙ୍କର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି ହୋଇଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦି ବେନ ୨୩ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି | ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୬ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି | ୨୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ, ୬ ଜଣଙ୍କୁ ରାଜ୍ୟ ମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ), ୧୧ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି |

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପୂର୍ବରୁ ୫ ଜଣ ମନ୍ତ୍ରୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଥିଲେ | ମନ୍ତ୍ରୀ ପଦରୁ ସ୍ୱତନ୍ତ୍ର ଦେବ ସିଂହ, ରାଜେଶ ଅଗ୍ରୱାଲ, ଧର୍ମପାଳ ସିଂହ, ଅନୁପମା ଜୟସ୍ୱାଲ ଓ ଅର୍ଚ୍ଚନା ପାଣ୍ଡେ ଇସ୍ତଫା ଦେଇଥିଲେ | ମୁଖ୍ୟମନ୍ତ୍ରୀ ଯୋଗୀ ଇସ୍ତଫା ପତ୍ରଗୁଡ଼ିକୁ ଗ୍ରହଣ କରିଥିଲେ । ଚର୍ଚ୍ଚା ହେଉଛି ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଯୋଗୀ ସରକାର ଏବେଠୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି | ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନୂଆ ମନ୍ତ୍ରୀମାନଙ୍କୁ ଚୟନ କରାଯାଇଛି |

By amfnews

Related Post