Fri. Mar 6th, 2026

ଯୁବତୀ ଟେଲିଭିଜନ୍‌ ଆଙ୍କରଙ୍କ ସହ ବାଲକୋନିରେ ଠିଆ ହୋଇଥିଲେ ବରିଷ୍ଠ ଉପସ୍ଥାପକ ,ରାହୁଲ ଅବସ୍ଥି

748 Views

ନୂଆଦିଲ୍ଲୀ: ଜଣେ ଟେଲି ଉପସ୍ଥାପିକାଙ୍କୁ ହତ୍ୟା ଅଭିଯୋଗରେ ଜଣେ ବରିଷ୍ଠ ଉପସ୍ଥାପକ ଗିରଫ ହୋଇଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏକ ଚାନେଲ୍‌ର ବରିଷ୍ଠ ଉପସ୍ଥାପକ(ଆଙ୍କର) ରାହୁଲ ଅବସ୍ଥିଙ୍କୁ ଗିରଫ କରାଯାଇଛିି।

ଅବସ୍ଥି ଆଗରୁ ପୁଲିସକୁ କହିଥିିଲେ ଯେ ଟେଲି ଉପସ୍ଥାପିକା ରାଧିକା  ତଳେ ପଡ଼ିବା ବେଳେ ସେ ଓ୍ଵାସରୁମ୍‌ରେ ଥିଲେ। ସେହି ବିଲଡିଂର ସିକ୍ୟୁରିଟି ଗାର୍ଡର କହିବା ଅନୁଯାୟୀ  ଉଭୟ ଅବସ୍ଥି ଓ ରାଧିକା ବାଲକୋନିରେ ଠିଆ ହୋଇଥିଲେ। ଏହାର କିଛି ମିନିଟ ପରେ ବାଲକୋନିରୁ ତଳକୁ ଖସି ପଡ଼ିଥିଲେ ରାଧିକା। ସେକ୍ଟର ୧୩୪ରେ ରହୁଥିବା ଅବସ୍ଥି ନିଜକୁ ନିର୍ଦ୍ଦେଷ ପ୍ରମାଣ କରିବା ଲାଗି ବିଭିନ୍ନ ଆଳ ଦେଖାଇଥିଲେ। କିନ୍ତୁ ଫରେନସିକ୍‌ ଟିମ୍‌ର ଯାଞ୍ଚ ବେଳେ ତାହା ଭୁଲ ବୋଲି ଜଣାଯାଇଥିଲା। ତା’ପରେ ପୁଲିସ ରାହୁଲ ଅବସ୍ଥିଙ୍କୁ ଗିରଫ କରିଥିଲା।

ରାଧିକାଙ୍କର ପରିବାର ପକ୍ଷରୁ ଅବସ୍ଥିଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ୩୦୪ ଧାରାରେ ତାଙ୍କୁ ଗିରଫ କରାଯାଇଥିବା ହେତୁ ରାଧିକାଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

By amfnews

Related Post