Sat. Nov 2nd, 2024

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

rklsanchar@gmail.com' By J.N. Pradhan Jun 29, 2018 #Featured
201 Views

ରାଉରକେଲା, ୨୯/୬ : ପାରିବାରିକ କହଳକୁ ନେଇ ଝିରପାଣି ଅଞ୍ଚଳରେ ଜଣେ ଯୁବତୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ସୂଚନାଯୋଗ୍ୟ, ଝିରପାଣି ଥାନା ଅନ୍ତର୍ଗତ ଆଚାର୍ଯ୍ୟ କଲୋନୀରେ ସୋନାମଣି ମୁଣ୍ଡାରୀ (୧୯) ରହନ୍ତି । ତାଙ୍କର ଖୁଡ଼ୀ ବବିତା ମୁଣ୍ଡା ଆଜି ସକାଳ ସମୟରେ ତାଙ୍କ ଝିଅକୁ ସ୍କୁଲରେ ଛାଡ଼ି ଦେବା ପାଇଁ କହିଥିଲେ ।

ମାତ୍ର ସୋନାମଣି ଏହାକୁ ବିରୋଧ କରିବାରୁ ତାଙ୍କ ଖୁଡ଼ୀ ତାଙ୍କୁ ମାଡ଼ ମାରିଥିଲେ । ପରେ ଦିନ ସାଢ଼େ ୧୧ଟା ସମୟରେ ଖୁଡ଼ି ତାଙ୍କ ଝିଅଙ୍କୁ ସ୍କୁଲରୁ ଆଣିବାକୁ ଯାଇଥିଲେ । ଏହି ସମୟରେ ଘରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣଙ୍କ ଫିନାଇଲ ପିଇ ଦେଇଥିଲେ । ଫଳରେ ସେ ଅଚେତ ହୋଇଯାଇଥିଲେ । ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଆରଜିଏଚ୍ରେ ଭର୍ତ୍ତି କରିଥିଲେ ।

Related Post