Sun. Mar 8th, 2026

ଯୁବତୀଙ୍କୁ ଗୁଳି ମାଡ଼ ଘଟଣା; ଅଭିଯୁକ୍ତର ସାଙ୍ଗକୁ ପଚରାଉଚରା କରୁଛି ପୁଲିସ୍‌

210 Views

ଭୁବନେଶ୍ୱର : ଇନଫୋସିଟି ଥାନା ବଜରଙ୍ଗ ବିହାରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।  ପୁଲିସ୍‌ ଏହି ଘଟଣାରେ ଗତକାଲି ଯୁବତୀଙ୍କ ପୁରୁଷ ବନ୍ଧୁ ଆଶିଷ ନାୟକକୁ ଗିରଫ କରିଥିବା ବେଳେ ଆଜି ତା’ ସାଙ୍ଗକୁ ନେଇ ପଚରାଉଚରା କରୁଛି । ଗୁଳିକାଣ୍ଡ ପରେ ଅଭିଯୁକ୍ତଜଣକ ନିଜ ସାଙ୍ଗକୁ ବନ୍ଧୁକ ଫିଙ୍ଗିବାକୁ ଦେଇଥିଲେ। ଏନେଇ ସୂଚନା ମିଳିବା ପରେ ପୁଲିସ୍‌ ଅଭିଯୁକ୍ତର ସାଙ୍ଗକୁ ରଘୁନାଥପୁର କେନାଲ ଅଞ୍ଚଳକୁ ନେଇ ତଦନ୍ତ ଚଳାଇଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ଅଭିଯୁକ୍ତଜଣକ ଜଣେ ଛାତ୍ରୀଙ୍କ ସହ ପଟିଆସ୍ଥିତ ବଜରଙ୍ଗ ବିହାର ଫ୍ଲାଟ୍‌ରେ ବନ୍ଧୁକ ଧରି ଖେଳୁଥିବା ବେଳେ ଅକସ୍ମାତ୍ ଗୁଳି ଫୁଟି ଯାଇଥିଲା । ଗୋଟିଏ ଗୁଳି ଛାତ୍ରୀଙ୍କ ଜଂଘରେ ପଶି ଆର ଗୋଡ଼ରେ ପଶିଯାଇଥିଲା। ଘଟଣାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷକୁ ଗିରଫ କରିଥିଲା । ଅଭିଯୁକ୍ତ  ନାମରେ ପୂର୍ବରୁ ବହୁ ଅପରାଧିକ ରେକର୍ଡ ଥିବା  ଡିସିପି କରିଛନ୍ତି।

ଅଭିଯୁକ୍ତ ଆଶିଷ, ନୟାପଲ୍ଲୀ ବୋମାମାଡ଼ ଘଟଣାରେ ପୂର୍ବରୁ ଗିରଫ ହୋଇଥିଲା ବୋଲି କହିଛନ୍ତି ଡିସିପି। ଆଶିଷର ଅପରାଧିକ ପୃଷ୍ଠଭୂମି ନେଇ ଛାତ୍ରୀ ଜଣକ ପୂର୍ବରୁ ଅବଗତ ଥିଲେ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

By amfnews

Related Post