Thu. May 15th, 2025

ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଥିବା ଯୁବକ ଗିରଫ

By amfnews Oct 19, 2019 #Featured
116 Views

ଚନ୍ଦ୍ରଶେଖରପୁର: ଜଣେ ଯୁବତୀଙ୍କୁ ମୋବାଇଲ୍ ଫୋନ୍‌ରେ ଅଶ୍ଳୀଳ ମେସେଜ୍‌ ଓ ଛବି ପଠାଇବା ଏବଂ ତାଙ୍କ ପରିବାରଲୋକଙ୍କୁ ଫୋନ୍‌ରେ ଗାଳିଗୁଲଜ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଆଜି ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ବିଶ୍ବଜିତ୍ ସିଂ(୩୦)। କେନ୍ଦୁଝରସ୍ଥିତ ତା’ ଘର ଉପରେ ଚଢ଼ଉ କରି ପୁଲିସ ତାକୁ ଗିରଫ କରିଛି। ସଂଧ୍ୟାରେ ତାକୁ କୋର୍ଟ ଚାଲଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେଠାରୁ ତାକୁ ଝାଡ଼ପଡ଼ା ଜେଲ୍ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ, ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ କିଛି ବର୍ଷ ପୂର୍ବେ କେନ୍ଦୁଝରରେ ରହି ପଢ଼ୁଥିଲେ। ସେଠା‌ରେ ବିଶ୍ବଜିତ୍‌ ତାଙ୍କୁ ଏକତରଫା ପ୍ରେମ କରିବା ସହ ବିବାହ ପାଇଁ ନିବେଦନ କରିଥିଲା। ପରିବାରଲୋକ ବାରଣ କରିବାରୁ ତାଙ୍କ ମୋବାଇଲ୍‌କୁ ଅଶ୍ଳୀଳ ମେସେଜ୍‌ ଓ ଛବି ପଠାଉଥିଲା। ଏଥିରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ ଭୁବନେଶ୍ବରସ୍ଥିତ ନିଜ ପରିବାରଲୋକଙ୍କ ନିକଟକୁ ଚାଲି ଆସିଥିଲେ। କିନ୍ତୁ ବିଶ୍ବଜିତ୍ ତାଙ୍କ କଲ୍ ରେକର୍ଡ ବାହାର କରି ସମସ୍ତ ବନ୍ଧୁମାନଙ୍କ ନିକଟକୁ ଯୁବତୀଙ୍କ ସଂପର୍କରେ ଖରାପ କଥା ଲେଖି ପଠାଇବା ସହ ବଦନାମ୍ କରିବାକୁ ଉଦ୍ୟମ କରିଥିଲା। ଏ ସଂପର୍କରେ ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ବିଶ୍ବଜିତ୍‌ର ମୋବାଇଲ ନମ୍ବର ଟ୍ରାକ୍ କରି ତାକୁ ଠାବ କରିଥିଲା।

By amfnews

Related Post