Sat. Mar 7th, 2026

ଯୁବକଙ୍କୁ ରଡ୍‌ରେ ଆକ୍ରମଣ କରି ଗିରଫ, ୩ ସହଯୋଗୀ ଫେରାର୍‌

202 Views

ଭୁବନେଶ୍ବର, ନଭେମ୍ବର,୫: ଜଣେ ଯୁବକଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, କେଶୁରା ଅଞ୍ଚଳର ସୁଶୀଲ ସ୍ବାଇଁ(୩୬)। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨ ତାରିଖ ରାତିରେ ସୁଶୀଲ ଓ ତା’ର ୩ଜଣ ସହଯୋଗୀ କେଶୁରା ପଡ଼ିଆସାହି ଅଞ୍ଚଳର ପ୍ରକାଶ ଦାସଙ୍କୁ ଗାଳିଗୁଲଜ କରିଥିଲେ। ପ୍ରକାଶ ଏହାର ପ୍ରତିବାଦ କରିବାରୁ ସୁଶୀଲ ଓ ତାର ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ପ୍ରକାଶ ଗୁରୁତର ଆହତ ହୋଇଥିଲେ। ପରେ ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶନିବାର ସୁଶୀଲ ଘରେ ଥିବା ଖବର ପାଇ ବିଳମ୍ବିତ ରାତିରେ ସହିଦନଗର ଥାନା ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

By amfnews

Related Post