ରାଉରକେଲା, ୨୪ା୮ : ଜଣେ ଯୁବକଙ୍କୁ ମାଡମାରି ମୋବାଇଲ୍ ଲୁଟ୍ ଘଟଣାରେ ଉଦିତନଗର ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କୋର୍ଟ ପରିସରରେ ଜଣେ ମୂର୍ଚ୍ଛା ବେମାରରେ ଆକ୍ରାନ୍ତ ହେବାରୁ ତାକୁ ପୁଲିସ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ୨ ଜଣ ଜେଲ୍ ଯାଇଛନ୍ତି । ଉଦିତନଗର ଥାନା ଅନ୍ତର୍ଗତ ଖଡିଆପଡା ବସ୍ତିରେ ଦୀପକ ନାୟକ ସହ ସେହି ବସ୍ତିର ମନୋଜ ଗୁର୍ଗୀ, ରାମ ଭଗତ ଓରାମ ଓ ମୁକେଶ ବେହେରା ସହ ପୂର୍ବରୁ ବିବାଦ ଥିଲା ।
ବିଭିନ୍ନ ସମୟରେ ଦୀପକ ସହିତ ଏମାନଙ୍କର କୌଣସି ନା କୌଣସି କାରଣରୁ ଗଣ୍ଡଗୋଳ ହେଉଥିଲା । ଗତକାଲି ରାମଭଗତ, ମୁକେଶ ଓ ମନୋଜ ମିଳିତ ଭାବେ ଦୀପକକୁ ଆକ୍ରମଣ କରିଥିଲେ । ସମସ୍ତେ ଦୀପକଙ୍କୁ ନିସ୍ତୁକ ମାଡମାରିବା ସହିତ ତାଙ୍କ ମୋବାଇଲ୍ ଲୁଟି ନେଇଥିଲେ । ଦୀପକ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ପହଞ୍ôଚବା କ୍ଷଣି ରାମଭଗତ ମୂର୍ଚ୍ଛା ବେମାରରେ ଆକ୍ରାନ୍ତ ହୋଇଥିଲା । ପୁଲିସ୍ ତାର ଚିକିତ୍ସା ପାଇଁ ଆର୍ଜିଏଚ୍ରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ୨ ଜଣଙ୍କ ଜାମିନ୍ ନାକଚ ହୋଇଯିବାରୁ ସେମାନେ ଜେଲ୍ ଯାଇଛନ୍ତି ।