Mon. Mar 9th, 2026

ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

248 Views

ଭୁବନେଶ୍ବର, ଡିସେମ୍ବର ୨୦ : ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ଭିଏସ୍‌ଏସ୍‌ ନଗର ଅଞ୍ଚଳର ପ୍ରୀତମ ଅଭିଷେକ ସ୍ବାଇଁ (୨୩)। ସ୍ଥାନୀୟ ଅଞ୍ଚଳର ସହିଲ୍‌ ସାର୍ଥକ ସାହାଣୀ ନାମକ ଜଣେ ଯୁବକଙ୍କ ସହ ପ୍ରୀତମର ବିବାଦ ରହିଥିଲା।

ଗତ ୨୨ ତାରିଖ ସନ୍ଧ୍ୟାରେ ସହିଲ ବାଣୀବିହାର ପଛ ଗେଟ୍‌ରେ ବସିଥିବା ସମୟରେ ପ୍ରୀତମ ଓ ତା’ର ୩ ସହାଯୋଗୀ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ। ସାହିଲ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ଆହତ କରି ଦେଇଥିଲେ।

ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ପ୍ରୀତମକୁ ଗିରଫ କରି କୋର୍ଟଚାଲାଣ କରିଛି। ତା’ର ସହଯୋଗୀଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।

By amfnews

Related Post