Sat. Mar 7th, 2026

ଯୁବକଙ୍କର ମୃତ ଦେହ ଉଦ୍ଧାର, ଲୁହାଛଡ଼ରେ ପିଟିପିଟି ନିର୍ମମ ହତ୍ୟା ସନ୍ଦେହ

206 Views

ବରପାଲି: ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ ଆଜି ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ଯୁବକଙ୍କୁ ଲୁହାଛଡ଼ରେ ପିଟିପିଟି ନିର୍ମମ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ବରପାଲି ସହରର ତିନି ନମ୍ବର ୱାର୍ଡରେ ଥିବା ଜଗନ୍ନାଥ ନଗରର ମାଷ୍ଟର କଲୋନିରେ କିଛି ଲୋକ ଜଣେ ଯୁବକଙ୍କର ରକ୍ତାକ୍ତ ମୃତ ଦେହ ଦେଖିବାକୁ ପାଇଥିଲେ। ଉକ୍ତ ମୃତ ଯୁବକଙ୍କର ମୁଣ୍ଡର ଖପୁରି ବାହାରକୁ ବାହାରିଯାଇଛି। ପାଖରେ ଏକ ଲୁହା ଛଡ଼ ପଡ଼ିଥିବାର ବି ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ପୁଲିସକୁ ଏସଂପର୍କରେ ସୂଚନା ଦେଇଥିଲେ।

ପୁଲିସ ସେଠାରେ ପହଞ୍ଚି ଘଟଣାସ୍ଥଳରୁ ଲୁହା ଛଡ଼ ଜବତ କରିଛି। ଏହାପରେଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ | ଯୁବକଙ୍କୁ ଲୁହା ଛଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ହତ୍ୟା କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ପରିଚୟ ବି ଏଯାବତ୍ ମିଳିନାହିଁ। ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସେଠାକୁ ଆସୁଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି| ଏହାପରେ ତଦନ୍ତ ଅଧିକ ଗତିଶୀଳ ହେବ ବୋଲି କୁହାଯାଉଛି।

By amfnews

Related Post