167 Views
ଲକ୍ଷ୍ନୌ, ଡିସେମ୍ବର ୧୮: ଭାରତୀୟ ଜନତା ପାର୍ଟି ଦ୍ୱାରା ଶାସିତ ଦେଶର ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶରେ ଏକ ନୂଆ ରାଜନୈତିକ ଓ ଆରକ୍ଷଣ ନୀତି ଚର୍ଚ୍ଚାରେ ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଏକ ଚାରି ଜଣିଆ ସାମାଜିକ ନ୍ୟାୟ କମିଟି ଗଠନ କରିଥିଲେ। ଏହି କମିଟି ରାଜ୍ୟରେ ଥିବା ଯାଦବ ଜାତିର ଲୋକଙ୍କୁ ୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିବା ଲାଗି ସୁପାରିଶ କରିଛି। ଏହି ୭ ପ୍ରତିଶତରେ ଯାଦବଙ୍କ ବ୍ୟତୀତ କୁର୍ମି ଜାତି ବି ଆସିବ।