Wed. Dec 25th, 2024

ଯାଜପୁର: ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ କେବଳ ପରାମର୍ଶରେ ସୀମିତ 

By amfnews Nov 18, 2018 #Featured
153 Views

ଯାଜପୁର ତା ୧୮/ ୧୧: ଗଣମାଧ୍ୟମ ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ସହ ମାନବିକତାର ବାର୍ତ୍ତା ପ୍ରଦାନ କରୁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଏହି ପରାମର୍ଶ ଦେଇଛନ୍ତି । ହେଲେ ଜିଲ୍ଲାରେ ଅନ୍ୟ କୌଣସି କ୍ଷେତ୍ରରେ ନେହଲେ ବି ପ୍ର।।ସନିକ କ୍ଷେତ୍ରରେ ନୀରପେକ୍ଷ, ନିର୍ଭିକ ସମ୍ବାଦ ପ୍ରତି ସମ୍ମାନ ଓ ଆନ୍ତରିକତା ନାହିଁ ।

ଏହି ଜିଲ୍ଲାରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ସମେତ ବିଭିନ୍ନ ପାହାଡରୁ ହରିଲୁଟ, କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ, କ୍ରସର ଓ ଅନ୍ୟ ଶିଳ୍ପ ଗୁଡିକର ଆଖିବୁଜା ପ୍ରଦୂଷଣ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆଖିବୁଜା ଦୁର୍ନିତି ନେଇ ପ୍ରକାଶିତ ନିର୍ଭିକ ଓ ନୀରେପେକ୍ଷ ଖବର ନେଥ ଖୋଦ ଜିଲ୍ଲାପାଳଙ୍କ ତତ୍ତ୍ୱାବଧଳନରେ ପରିଚାଳିତ ପ୍ରଶାସନ ତରଫରୁ ଠୋସ ପଦକ୍ଷେପ ଗ୍ରହଣ ନଜିର ନାହିଁ । ତେଣୁ ଏଭଳି ଆଲୋଚନା କେବଳ ପରାମର୍ଶରେ ସୀମିତ ଏବଂ ପ୍ରଚାର ସର୍ବସ୍ୱ ବୋଲି ମତ ପ୍ରକାଶ ପାଇ ସମାଲୋଚନା କରାଯାଉଛି ।

ଜିଲାପାଳ ଶ୍ରୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୧୯୬୬ ମସିହା ନଭେମ୍ବର ୧୬ତାରିଖ ଦିନ ଭାରତୀୟ ପ୍ରେସ୍ କାଉନ୍ସିଲ ଗଠିତ ହେବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟକରି ଆସୁଅଛି ବୋଲି କହିଥିଲେ । ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ବାତାବରଣ ସୃଷ୍ଟି ପାଇଁ ମୁକ୍ତ ସାମ୍ବାଦିକତା ବିନା ବାଧା ଓ ଚାପରୁ ମୁକ୍ତ ରହିବା, ସଠିକ ସମ୍ବାଦ ପରିବେଷଣ କରି ଗଣତନ୍ତ୍ରକୁ ସୁରକ୍ଷା ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।

ମିଥ୍ୟା, କପୋଳକଳ୍ପିତ ଓ ଅସୂୟାସଂପନ୍ନ ସମ୍ୱାଦ ପରିବେଷଣ ହୁଏତ କିଚ୍ଥି ମାତ୍ରାରେ ରୋଚକ ହୋଇପାରେ କିନ୍ତୁ ସମାଜ ଓ ବ୍ୟକ୍ତିର ପ୍ରଭୂତ କ୍ଷତି କରିଥାଏ । ସକରାତ୍ମକ ସମ୍ବାଦ ପରିବେଷଣ କରି ସୁସ୍ଥ ସମାଜ ଗଠନ କରିବା ପାଇଁ ଜିଲାପାଳ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ଯୋଗ ଦେଇ ବିଭିନ୍ନ ପ୍ରତିକୂଳ, ବାଧାବିଘ୍ନ ସତ୍ୱେ ଗଣମାଧ୍ୟମ ସ୍ୱାଧିନ ମତାମତ ଦେବାର ଅଧିକାର ସାବ୍ୟସ୍ତ କରି ଆସିଛିି ବୋଲି ସୂଚନା ଦେଇ ସତ୍ୟ ସମ୍ବାଦ ପରିବେଷଣ କରିବା, ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୁରଣ କରିବା, ସମାଜକୁ ସୁଦୃଢ କରିବା, ସଂସ୍କାରିତ କରିବା କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିଆସିଚ୍ଥି ବୋଲି କହିଥିଲେ ।

ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ବିଭିନ୍ନ ଆହ୍ୱାନର ସମ୍ମୁଖିନ ହୋଇଛନ୍ତି । ଗଣତନ୍ତ୍ରର ସୁରକ୍ଷା ଦିଗରେ ଓ ଦୁର୍ନିତି ବିରୁଦ୍ଧରେ ସ୍ୱର ଉତୋଳନ କରି ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଗଣମାଧ୍ୟମର ଭୁମିକା ବେଶ୍ ଗୁରୁତ୍ୱ ପୁର୍ଣ୍ଣ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ପ୍ରାରମ୍ଭରେ ମା’ ଟିଭିର ମୁଖ୍ୟ ପ୍ରଭାତ କୁମାର ରାଊତରାୟଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱାଦ ପତ୍ର ପ୍ରଦର୍ଶନକୁ ଊଦ୍ଘାଟନ କରିଥିଲେ ।

ପୁର୍ବରୁ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ରୀ ବିଶ୍ୱକଲ୍ୟାଣୀ ମହାପାତ୍ର, ପ୍ରଥମ ଓ ଚ୍ଥାତ୍ର କେଶରୀ ପ୍ରସାଦ ମହାନ୍ତି ଦ୍ୱିତୀୟ, ଚିତାଳୋ ମହାବିଦ୍ୟାଳୟର ଚ୍ଥାତ୍ର ସତ୍ୟବ୍ରତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଦିବଙ୍ଗତ ସାମ୍ବାଦିକ ଊତ୍କଳ କୁମାର ଜେନାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାମ୍ୱାଦିକ ବାଇଧର ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ବିବିଧ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍, ବୁଦ୍ଧିଜିବୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post