ଯାଜପୁର, ତା ୧୦ /୧୧ : ଯୁବ ପ୍ରତିଭାର ଉନ୍ମେଷ ଓ ଉପଯୋଗ ଯେ କୈାଣସି ରାଷ୍ଟ୍ରକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଳ୍ା ପ୍ରଶାସନ, କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଳ୍ା ସ୍ତରୀୟ ଯୁବ ଉତ୍ସବର ଉଦ୍ଘାଟନ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ା ପରିଷଦ ସଭାପତି ଶ୍ରୀ ମହାନ୍ତି ଯୁବ ବର୍ଗ ଅପୁଂରନ୍ତ ଶକ୍ତିର ଉତ୍ସ ବୋଲି ଅଭିହିତ କରିଥିଲେ । ପ୍ରତ୍ୟେକ ରାଜ୍ୟ, ଦେଶ ପାଇଁ ଯୁବ ବର୍ଗ ବିପୁଳ ସମ୍ୱଳ । ଏହାର ସଠିକ ଉପଯୋଗ ଓ ଯୁବ ବର୍ଗର ସଠିକ ମାର୍ଗ ଦର୍ଶନ ଦେଶର ଟେକ ରଖିବ । ଦୂତି ଚାନ୍ଦ, ସରସ୍ୱତୀ ଚାନ୍ଦ, ସ୍ୱାଗତିକା, ଭାଲେନା ଭାଲେଣ୍ଟିନା ଇତ୍ୟାଦି ଯୁବ ପ୍ରତିଯୋଗୀ ଆଜି ବିଶ୍ୱରେ ଆଦୃତ ଓ ଅନୁକରଣୀୟ ବୋଲି ମତ ଦେଇ ଶ୍ରୀ ମହାନ୍ତି ଉତ୍ସବର ସପଂଳତା କାମନା କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଯୁବ ବର୍ଗ ମଧ୍ୟରେ ଥିବା ବିପୁଳ ସମ୍ଭାବନା ଓ ସମ୍ୱଳର ଯଦି ଉପଯୁକ୍ତ ବିନିଯୋଗ କରାଯିବ ତେବେ ସଂପୃକ୍ତ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ । ପିଲା ମାନଙ୍କୁ ଚାପଗ୍ରସ୍ତ ନ କରାଇ ତାଙ୍କର ଆଗ୍ରହ ଅନୁସାରେ ପ୍ରତିଭାର ପରିପ୍ରକାଶ ପାଇଁ ଅଭିଭାବକ ମାନେ ଉଦ୍ୟମ କରିବାକୁ ଶ୍ରୀ ଧଳ ଆହ୍ୱାନ ଦେଇଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଯୁବ ବର୍ଗ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ ପାଇଁ ସମସ୍ତ କ୍ଷେତ୍ରରେ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ସମସ୍ତଙ୍କୁ ସ୍ୱାଗତ, ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଜିଲ୍ଳ୍ା ସ୍ତରର ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନେ ଯାଜପୁରରେ ନଭେମ୍ୱର ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୪ ତମ ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ ।