228 Views
ଯାଜପୁର, ଡିସେମ୍ବର ୨୦ : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଛତିଆରେ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏକ ଘରୋଇ ହଷ୍ଟେଲରେ ଛାତ୍ରୀ ଜଣକ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି । ମୃତ ଛାତ୍ରୀ ଜଣକ ଇଚ୍ଛାପୁର ଗାଁର ଭାଗ୍ୟଶ୍ରୀ ସାହାଣୀ । ସେ ଟାଙ୍ଗୀସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ତିନିରେ ପଢୁଥିଲେ । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଭାଗ୍ୟଶ୍ରୀ ଟାଙ୍ଗୀସ୍ଥିତ ଏକ ଘରୋଇ କଲେଜରେ ପଢୁଥିଲେ । ସେ ଗତକାଲି କଲେଜ ନ ଯାଇ ହଷ୍ଟେଲରେ ଥିଲେ । ସନ୍ଧ୍ୟାରେ ସହପାଠିନୀ ହଷ୍ଟେଲକୁ ଫେରିବା ପରେ ରୁମ କବାଟ ଭିତରୁ ବନ୍ଦ ଥିବା ଦେଖି କବାଟ ବାଡେଇଥିଲେ କିନ୍ତୁ ଭାଗ୍ୟଶ୍ରୀ କବାଟ ଖୋଲିନଥିଲେ । ଏହା ପରେ କଲେଜ କର୍ତୁପକ୍ଷଙ୍କୁ ଏ ବିଷୟରେ ଜଣାଇବାପରେ କବାଟକୁ ଭାଙ୍ଗାଯାଇଥିଲା । ଛାତ୍ରୀଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ପରିବାର ଲୋକଙ୍କୁ ସୂଚନା ଦେଇଛି । କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।