Thu. Nov 21st, 2024

ଯାଜପୁରରେ ଦୁର୍ଗା ପୂଜା ଓ ଭଷାଣ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

By amfnews Oct 12, 2018 #Featured
115 Views

ଯାଜପୁର, ୧୧ା୧୦: ଯାଜପୁରରେ ବିଭିନ୍ନ ପୂଜା, ମହୋତ୍ସବ ବେଶ ଶୃଙ୍ଖଳାର ସହ ସମ୍ପନ୍ନ ହୋଇ ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛି । ତେଣୁ ଆଗାମୀ ପୂଜା ଓ ବିଭିନ୍ନ ମହୋତ୍ସବରେ ଯେପରି ତାହାର ପୁନରାବୃତ୍ତି ଘଟେ ସେଥିପ୍ରତି ସମସ୍ତେ ସହଯୋଗ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଆଗାମୀ ଦୁର୍ଗାପୂଜା, ଭଷାଣ ଓ ମା’ ବିରଜାଙ୍କ ରଥଯାତ୍ରା ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ଯଦିଓ କାଳୀପୂଜା ଯାଜପୁରର ଗଣପର୍ବ ଭାବେ ସୁଖ୍ୟାତି ଅର୍ଜନ କରିଛି ଓ ଏହା ବେଶ ଜନଗହଳିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥାଏ ତେବେ ଦଶହରାର ମାହୋଲ ମଧ୍ୟ କିଛି କମ୍ ନଥାଏ । ତେଣୁ ଉଭୟ ପୂଜାକୁ ସଦ୍ଭାବନାର ସହ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସବୁବେଳେ ପୂଜା ଓ ମହୋତ୍ସବ ଆନନ୍ଦ ଦେବା ସହ ସଦ୍ଭାବନାର ସହ ପାଳନ ପାଇଁ ବାର୍ତ୍ତା ଦେଇଥାଏ ।

ଯାଜପୁରର ଐତିହ୍ୟ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖି ସମସ୍ତେ ଶୃଙ୍ଖଳାର ସହ ଆଗାମୀ ପୂଜା ପାଳନ ପାଇଁ ପ୍ରତିଶୃତିବଦ୍ଧ ହେବାକୁ ସେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ବିବରଣୀ ପାଠ କରି ଚଳିତ ବର୍ଷ ପାଇଁ କାର୍ଯ୍ୟ ନିର୍ଘଂଟ ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷ ଦୁର୍ଗାପୂଜା ଅକ୍ଟୋବର୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦ ଓ ୨୧ ତାରିଖରେ ଭଷାଣ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।

By amfnews

Related Post