Sun. Mar 8th, 2026

ଯବାନ-ନକ୍ସଲ ଗୁଳି ବିନିମୟ; ଜଣେ ଯବାନ ସହିଦ

178 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସୀମାରେ ଆଜି ସକାଳୁ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସହିଦ ଯବାନଙ୍କ ନାଁ  ଜୟରାମ କବାସୀ ସେ ଡିଭିଏଫରେ କାର୍ଯ୍ୟ କରୁଥିଲେ। ଗୁରୁତର ଯବାନ ହେଲେ  ରାମ ଦୁରୁଆ।  ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଖଇରପୁଟ ପାହାଡ଼ରେ ନକ୍ସଲ ଶିବିର ଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ମାଲକାନଗିରି ଏସ୍‌ପି ଖିଲାରୀ ଋଷିକେଶଙ୍କ ନେତତୃତ୍ୱରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନେ ଗତକାଲି ରାତିରେ ସେହି ଅଞ୍ଚଳରେ ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ଆଜି ସକାଳେ ନକ୍ସଲଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷାକର୍ମୀମାନେ ଏହାର ଦୃଢ଼ ଜବାବ ଦେଇଥିଲେ। ସେମାନଙ୍କ ଗୁଳିମାଡ଼ରେ ୫୦ ରୁ ୬୦ ନକ୍ସଲ ଛତ୍ରଭଙ୍ଗ ଦେଇଥିବା କୁହାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏହି ଅପରେସନ୍‌ରେ ବିଏସ୍‌ଏଫ୍ ଯବାନ ବି ସାମିଲ ହୋଇଛନ୍ତି।

By amfnews

Related Post