Thu. Nov 7th, 2024

ଯବାନଙ୍କ ହ୍ଵାଟ୍ସଆପ ବ୍ୟବହାର ଉପରେ ସେନାର ନଜର

By amfnews Jul 9, 2019 #Featured
48 Views

ନୂଆଦିଲ୍ଲୀ  : ସେନା ନିଜର ସୋସିଆଲ ମିଡିଆରେ ସକ୍ରିୟ ଥିବା ସୈନିକ ଓ ଅଫିସରମାନଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି | ଯବାନମାନେ ବ୍ୟବହାର କରୁଥିବା ହ୍ଵାଟ୍ସଆପ ଉପରେ ଏବେ ସେନା ନଜର ରଖିଛି | ହ୍ଵାଟ୍ସଆପ ଗ୍ରୁପରେ ନିଜକୁ ସାମିଲ କରିବା ପୂର୍ବରୁ ସାବଧାନ ହେବାକୁ ସେନା ନିର୍ଦ୍ଦେଶ ଦେଇଛି | ସେନା ମୁଖ୍ୟାଳୟ ଚେତାବନୀ ଦେଇଛି ଯେ ହ୍ଵାଟ୍ସଆପ ମାଧ୍ୟମରେ କୌଣସି ସେନା ସମ୍ପର୍କିତ ସୂଚନା ଲିକ ବା ପ୍ରଘଟ ହୋଇଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ |

ସୈନିକମାନଙ୍କୁ କୁହାଯାଇଛି ଯେ ସେମାନେ ସେହି ସବୁ ଗ୍ରୁପରୁ ବାହାରିଯାଆନ୍ତୁ ଯାହାର ସବୁ ସଦସ୍ୟଙ୍କୁ ଯବାନମାନେ ଜାଣିନଥିବେ | ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଭଳି କିଛି ଘଟଣା ସାମନାକୁ ଆସିଛି ଯେଉଁଥିରେ ଜଣାପଡିଛି ଯେ ହ୍ୱାଟ୍ସଅପ ମାଧ୍ୟମରେ ସେନାର କିଛି ସୂଚନା ଓ ସମ୍ବେଦନଶୀଳ ତଥ୍ୟ ଆତଙ୍କୀଙ୍କ ପାଖରେ ପହଁଚିଯାଉଛି |

ପାକିସ୍ତାନରେ ବସିଥିବା ଏଜେନ୍ସିମାନେ ଏସବୁ ତଥ୍ୟକୁ ସଂଗ୍ରହ କରି ଭାରତରେ ଆକ୍ରମଣ କରାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି | ପୂର୍ବରୁ ସେନାର ଅଫିସରମାନେ ହନିଟ୍ରାପର ଶିକାର ହେଉଥିବା ଜଣାପଡିଥିଲା | ଏହାକୁ ନେଇ ସେନା ଏବେ ସତର୍କ ହୋଇପଡିଛି |

By amfnews

Related Post