Sat. Apr 19th, 2025

ମ୍ୟାରିନା ବିଚ୍‌ରେ ହେବ କରୁଣାନିଧିଙ୍କ ଶେଷକୃତ୍ୟ

By amfnews Aug 8, 2018 #Featured
177 Views

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଚେନ୍ନାଇର ମ୍ୟାରିନା ବିଚ୍‌ରେ କରୁଣାନିଧିଙ୍କ ସମାଧି ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ କରୁଣାନିଧିଙ୍କ ପୁଅ ଏମ୍‌.କେ ଷ୍ଟାଲିନ୍‌ କାନ୍ଦି ପକାଇଥିଲେ।

କରୁଣାନିଧିଙ୍କ ସମାଧିସ୍ଥଳ କେଉଁ ସ୍ଥାନରେ ହେବ ସେଥିପାଇଁ ଗତକାଲିଠାରୁ ବିବାଦ ଲାଗି ରହିଥିଲା। କରୁଣାନିଧିଙ୍କ ବିୟୋଗ ପରେ ତାଙ୍କ ସମାଧି ସ୍ଥଳ ମ୍ୟାରିନା ବିଚ୍‌ରେ ଥିବା ଆନ୍ନା ମେମୋରିଆଲ ନିକଟରେ କରିବା ଲାଗି ପରିବାର ଲୋକେ ଓ ଡିଏମ୍‌କେ ସମର୍ଥକ ଚାହୁଁଥିଲେ। ତେବେ ଏଥିପାଇଁ AIDMK ନେତୃତ୍ୱାଧୀନ ତାମିଲନାଡୁ ସରକାର ଅନୁମତି ପ୍ରଦାନ କରିନଥିଲେ। ଫଳରେ ଡିଏମ୍‌କେ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାଏର କରାଯଇଥିଲା।ମ ଗତକାଲି ମଧ୍ୟରାତ୍ରିରେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ତେବେ ଆଜି ସକାଳୁ ମାମାଲାର ସ୍ୱତନ୍ତ୍ର ଶୁଣାଣି କରିବାକୁ କୋର୍ଟ ଘୋଷଣା କରିବା ସହ ଏପଟେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ତାମିଲନାଡୁ ସରକାରଙ୍କୁ ୭ ଘଣ୍ଟା ସମୟ ଦେଇଥିଲେ।

ଆଜି ସକାଳେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ। ପୂର୍ବରୁ ମ୍ୟାରିନା ବିଚ୍‌ରେ ଆନ୍ନା ଦୁରାଇ, ଏମ୍‌ଜିଆର ଏବଂ ଜୟଲଳିତାଙ୍କ ଶେଷକୃତ୍ୟ ହୋଇଥିଲା। ତେବେ କରୁଣାନିଧିଙ୍କ ସମାଧିସ୍ଥଳ ପାଇଁ ଇ. ପଲାନିସ୍ୱାମୀଙ୍କ ସରକାର ଅନୁମତି ନ ଦେବାରୁ ଏହାକୁ ନେଇ ଗତକାଲିଠାରୁ ବିବାଦ ବଢିବା ସହ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

By amfnews

Related Post