Sun. Apr 20th, 2025

ମ୍ୟାଚ୍‌ ବେଳେ ବଲ୍‌ ବାଜି କଶ୍ମୀରୀ କ୍ରିକେଟ୍‌ ଖେଳାଳି ମୃତ

By amfnews Jul 12, 2019 #Featured
160 Views

ଶ୍ରୀନଗର: ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମ୍ୟାଚ୍‌ ସମୟରେ ବଲ୍‌ ବାଜିବାରୁ ଜଣେ ତରୁଣ କ୍ରିକେଟ ଖେଳାଳିଙ୍କର ମୃତ୍ୟୁ ଘଟିଛି।

ମୃତ ତରଣୁ ହେଉଛନ୍ତି ଉତ୍ତର କଶ୍ମୀର ଅନ୍ତର୍ଗତ ବାରମୂଳା ଜିଲ୍ଲାର ପଟ୍ଟନବାସୀ ୧୮ ବର୍ଷିୟ ଅହମଦ୍‌ ଓ୍ଵାର୍‌। ବାରମୂଳା ଏବଂ ବଡ଼ଗାମ ଟିମ୍‌ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ ବୟସ୍କ ଟିମ୍‌ରେ ସେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ବେକରେ ବଲ୍‌ ବାଜିଥିଲା।

ମଟ୍ଟାନର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଏଇଟା ଆକସ୍ମିକ ମୃତ୍ୟୁ। ହେଲ୍‌ମେଟ୍‌ ପିନ୍ଧି ଥିଲେ ବି ବଲ୍‌ଟି ବେକର କୌଣସି ସୂକ୍ଷ୍ମ ଜାଗାରେ ବାଜିଥିଲା। ବଲ୍‌ ବାଜିବା ପରେ ସେ ଅଚେତ ହୋଇ ପଡ଼ିଥିଲେ। ନିକଟସ୍ଥ ଡାକ୍ତରଖାନା ପରେ ସେ ମୃତ ବୋଲି ଡାକ୍ତରମାନେ ଗୋଷଣା କରିଥିଲେ।ଏକାଦଶ ଶ୍ରେଣୀରେ ପଢ଼ୁଥିବା ଓ୍ଵାର୍‌ ଜଣେ ବାଉଅାଁ ବ୍ୟାଟ୍‌ସ୍‌ ମ୍ୟାନ୍‌। ବଲ୍‌କୁ ଖେଳିବାକୁ ଉଦ୍ୟମ କରିବା ବେଳେ ତାହା ଖସି ଯାଇଥିଲା।

ବୋଧହୁଏ ତାହା ଥିଲା ଗୋଟାଏ ସର୍ଟ ପିଚ୍‌ ବଲ୍‌ ଏବଂ ଓ୍ଵାରା ଖେଳିବାକୁ ଚାହୁଁ ନ ଥିଲେ। ହେଲ୍‌ମେଟ୍‌ ପିନ୍ଧି ଥିଲେ ମଧ ବଲ୍‌ ସେଥିରେ ବାଜି ନ ଥିଲା। ତାଙ୍କଂ ବ୍ରେନ୍‌ ଷ୍ଟେମ୍‌ରେ ଆଘାତ ଲାଗିଳଥିଲା।

ପଡ଼ିଆରୁ ହସ୍‌ପିଟାଲ୍‌ର ଦୂରତ୍ୱ ମାତ୍ର ୧୦ ମିନିଟ୍‌ର ରାସ୍ତା। ଡାକ୍ତରଖାନାରେ ଓ୍ଵାର୍‌ଙ୍କୁ ପହଞ୍ଚାଯିବା ଯିବାପୂର୍ବରୁ ଜଣେ ନ୍ୟୁରୋସର୍ଜନଙ୍କୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସେ ମରି ସାରିଥିଲେ।

By amfnews

Related Post