Sat. Nov 23rd, 2024

‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏତିକି ଲୋକଙ୍କ ସହ ଫୋନରେ କଥା ହେଲେଣି ମୁଖ୍ୟମନ୍ତ୍ରୀ

By amfnews Oct 14, 2019 #Featured
213 Views

ଭୁବନେଶ୍ୱର: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଆରମ୍ଭ ହୋଇଥିଲା ‘ମୋ ସରକାର’ କାର୍ଯ୍ୟକ୍ରମ | ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ଭାବେ ଥାନା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିଲେ | ଥାନା ଓ ଡାକ୍ତରଖାନାକୁ ଆସୁଥିବା ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଏହି ଦୁଇ ସ୍ଥାନରେ କିଭଳି ସେବା ମିଳୁଛି ତାହା ଜନସାଧାରଣଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇ ଯୋଜନାର କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ଯାଏଁ ୧୨୦ଜଣଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଅନୁସାରେ ସେ ବରିଷ୍ଠ ଅଧିକାରୀମାନଙ୍କୁ ସାରା ରାଜ୍ୟରେ ସ୍ଥିତି ପରଖିବାକୁ ପଠାଇଥିଲେ | ଅନ୍ତତଃ ପକ୍ଷେ ୧୫ଟି ଜିଲ୍ଲା ଯାଇ ସ୍ଥିତି ବାବଦରେ ବୁଝି ତାଙ୍କୁ କହିବାକୁ ନିର୍ଦ୍ଦେଶ ଦେଇଥିଲେ | ତେବେ ୧୨୦ ଜଣଙ୍କ ଅତି ସନ୍ତୋଷଜନକ ଭାବେ ଉତ୍ତର ଦେଇଛନ୍ତି ବୋଲି ନବୀନ କହିଛନ୍ତି | ତେବେ ଅଧିକାରୀମାନେ ବୁଲିଥିବା ଡାକ୍ତରଖାନାର ସ୍ଥିତି ବାବଦରେ ରିପୋର୍ଟ ସହ ରୋଗୀଙ୍କ ମତାମତ ଓ ଡାକ୍ତରଙ୍କ ସହ ଆଲୋଚନା ପରେ ସରକାର ଆଜି କିଛି ନିଷ୍ପତ୍ତି ନେଇଛନ୍ତି |

ନୂଆ ଘୋଷଣା ମୁତାବକ ମାଲକାନଗିରି ଜିଲ୍ଲା ହସ୍‌ପିଟାଲ୍‌ ସହ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ |କୋରାପୁଟ ମେଡିକାଲ କଲେଜରେ ଆସନ୍ତା ୨ବର୍ଷ ଭିତରେ ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ ବୋଲି ଯୋଜନା ରଖାଯାଇଛି। କୋରାପୁଟ ଜିଲ୍ଲା ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ ସହିତ ଷ୍ଟାଫ୍‌ କ୍ୱାଟର, ଆଟେଣ୍ଡେଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ଓ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

By amfnews

Related Post