Sun. Mar 8th, 2026

ମୋରଦାବାଦ ନିକଟରେ ଲକ୍ଷ୍ନୌ-ଆନନ୍ଦବିହାର ଡବଲ୍‌ ଡେକର୍‌ ଟ୍ରେନ୍‌ର ଦୁଇଟି ବଗି ଧାରଣାଚ୍ୟୁତ

201 Views

ଲକ୍ଷ୍ନୌ  : ରବିବାର ସକାଳେ ମୋରାଦାବାଦ ନିକଟରେ ଲକ୍ଷ୍ନୌ-ଆନନ୍ଦ ବିହାର ଡବଲ୍‌-ଡେକର୍‌ ଟ୍ରେନ୍‌ର ଦୁଇଟି ବଗି ଧାରଣାଚ୍ୟୁତ ହୋଇଛି। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ରେଳବାଇ କହିବା ଅନୁସାରେ, ଲକ୍ଷ୍ନୌରୁ ଆନନ୍ଦବିହାରକୁ ଯାଉଥିବା ଡବଲ୍‌ ଡେକର୍‌ ଟ୍ରେନ୍‌ଟି ମୋରାଦାବାଦ ଏବଂ କତଘର ଷ୍ଟେସନ୍‌ ମଧ୍ୟରେ ଧାରଣାଚ୍ୟୁତ ହୋଇଛି। ଗେଟ୍‌ ନମ୍ବର ୪୧୫ ଲେବଲ କ୍ରସିଙ୍ଗ୍‌ ଠାରେ ଦୁର୍ଘଟଣା ଘଟିଛି।

ଦିନ ୧୦: ୧୫ ସମୟରେ କତଘର ଏବଂ ମୋରାଦାବାଦ ଷ୍ଟେସନ୍‌ ମଧ୍ୟରେ ଟ୍ରେନ୍‌ର ପଞ୍ଚମ ଓ ଅଷ୍ଟମ ବଗି ଧାରଣାଚ୍ୟୁତ ହୋଇଛି।
ରେଳବାଇର ଦଳେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ, ପ୍ରଥମ ଗୁରୁତ୍ୱ ହେଲା ଯାତ୍ରୀମାନଙ୍କ ସୁରକ୍ଷା। ଯାତ୍ରୀମାନଙ୍କୁ ଟ୍ରେନ୍‌ର ସମ୍ମୁଖ ଭାଗକୁ ସ୍ଥାନାନ୍ତର କରାଯିବା ପରେ ଜରୁରୀକାଳୀନ ଭିତ୍ତିରେ ଟ୍ରେନ୍‌ ମୋରାଦାବଦକୁ ଯିବ। ସପ୍ତାହକୁ ୪ ଦିନ ଚଳପ୍ରଚଳ କରୁଥିବା ଏହି ଡବଲ୍‌-ଡେକର୍‌ ଟ୍ରେନ୍‌ ସକାଳ ୫ଟାରେ ଲକ୍ଷ୍ନୌ ଜଙ୍କ୍‌ସନ୍‌ ଛାଡ଼ି ଥିଲା।

By amfnews

Related Post