Sat. Nov 23rd, 2024

ମୋଦୀ ସରକାରଙ୍କ ବଡ ବିଜୟ, ଶେଷରେ ଚୀନ ମାନିଲା ‘ପିଓକେ’ ହେଉଛି ଭାରତର ଅଂଶ!

By amfnews Nov 29, 2018 #Featured
163 Views

Khabar Odisha:Big-win-for-Modi-government-chinese-news-channel-cgtn-shows-pok-in-indias-map

ନୂଆଦିଲ୍ଲୀ, ନଭେମ୍ବର ୨୯ : ଚୀନ ଶେଷରେ ମାନିଛି ଯେ, ‘ପିଓକେ’ ପାକିସ୍ତାନର ନୁହେଁ ବରଂ ଏହା ହେଉଛି ଭାରତର ଅଭିନ୍ନ ଅଂଶବିଶେଷ । ଏହା ଏଥି ପାଇଁ କୁହାଯାଉଛି, କାରଣ ନଭେମ୍ବର ୨୩ରେ ଚୀନର ସରକାରୀ ନ୍ୟୁ ଚ୍ୟାନେଲ ସିଜିଟିଏନ କରାଚୀରେ ଚୀନ ଦୂତାବାସରେ ହୋଇଥିବା ଆକ୍ରମଣ ଘଟଣାର ଖବର ପ୍ରସାରଣ କରିଥିଲା । ଏହି ସମୟରେ ପାକିସ୍ତାନର ନକ୍ସା ଦେଖାଇବାକୁ ଯାଇ ଚୀନର ଚ୍ୟାନେଲ “ପିଓକେ’କୁ ଭାରତରେ ଦେଖାଇଥିଲା । ସୂଚନାଯୋଗ୍ୟ ସିଜିଟିଏନ ଚୀନର ସରକାରୀ ଚ୍ୟାନେଲ ଏବଂ ଏହି ଚ୍ୟାନେଲରେ ସେହି ଖବର ପ୍ରସାରଣ ହୋଇଥାଏ, ଯାହାକୁ ଚୀନ ସରକାର ମଞ୍ଜୁରୀ ଦେଇଥାନ୍ତି ।

ଚୀନ ମାମଲାକୁ ନେଇ ବିଶେଷଜ୍ଞମାନେ ସ୍ପଷ୍ଟ ଭାବରେ କହିଛନ୍ତି ଚୀନର ପାକିସ୍ତାନକୁ ଚେତାବନୀ ବୋଲି ଧରାଯିବ । ବିଶେଷଜ୍ଞଙ୍କ କହିବା ଅନୁସାରେ ଚୀନ ଏହିଭଳି ଭାବରେ ଚେତାବନୀ ଦେବାକୁ ଚାହୁଁଛି ଯେ, ପାକିସ୍ତାନରେ ଚୀନ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ଭୁଲ ଥିଲା । ଏଥି ସହିତ ଚୀନର ଦୁତାବାସ ଉପରେ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ । ବିଶେଷଜ୍ଞଙ୍କ ଅନୁସାରେ ଆମେ ଏହି ଭାରତ ଏବଂ ଚୀନର ପରିସ୍ଥିତି ସଂପର୍କକୁ ସିଧାସଳଖ ଦେଖିପାରିବୁ ।

ଏହା ଭାରତର ଏକ ବଡ଼ ବିଜୟ ଭାବରେ ଦେଖାଯାଇ ପାରିବ । ଭାରତ ପାଇଁ ଏହା ଖୁସି ଖବର । ଚୀନ ଯଦି ‘ପିଓକେ’କୁ ଭାରତ ସୀମାରେ ଦେଖାଇଲା, ତା’ହେଲେ କିଛି ଜାଣିଶୁଣି ଏମିତି କରିଥାଇପାରେ । ହେଲେ ଏହାରି ପଛରେ ଚୀନର ଉଦ୍ଦେଶ୍ୟ ନଥିବ ତାହା ମଧ୍ୟ କୁହାଯାଇ ପାରିବ ନାହିଁ । ଏହା ଏବେଠାରୁ ସ୍ପଷ୍ଟ ହେବ ନାହିଁ ।

By amfnews

Related Post