179 Views
ନୂଆଦିଲ୍ଲୀ, ନଭେମ୍ବର ୦୫: ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ହିଟଲରଙ୍କ ଜର୍ମାନୀ ଭଳି କରିବାକୁ ଚାହୁଁଛନ୍ତି ।
ମୁମ୍ବାଇରେ ସମ୍ବିଧାନ ବଂଚାଓ ସମ୍ମିଳନୀରେ ଏହି କଂଗ୍ରେସ ନେତା କହିଛନ୍ତି କି, ଦେଶରେ ଏକଛତ୍ରବାଦ ଶାସନ ଆଣିବା ପାଇଁ ପ୍ରୟାସ କରାଯାଉଛି । ସେ ବିଜେପି ଏବଂ ଆରଏସଏସ ଉପରେ ସମ୍ବିଧାନକୁ ନଷ୍ଟ କରିବା ନେଇ ଅଭିଯୋଗ ଲଗାଇଛନ୍ତି । ଏହା ସହ କଂଗ୍ରେସ ମୋଦୀଙ୍କୁ ଏପରି କରିବାକୁ ଦେବ ନାହିଁ ବୋଲି ସେ ଦୃଢୋକ୍ତି ବାଢିଛନ୍ତି ।
ଖଡଗେ ଆହୁରି କହିଛନ୍ତି ଯେ ସମ୍ବିଧାନ କୌଣସୀ ଗୋଟିଏ ଜାତି, ଧର୍ମ ଏବଂ ସମୁଦାୟର ନୁହେଁ । ଏହା ହେଉଛି ପ୍ରତ୍ୟେକ ଭାରତବାସୀଙ୍କର । ସରକାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଉପରେ ନିୟନ୍ତ୍ରଣ କରୁଛନ୍ତି । ଏପରି କି ଗଣମାଧ୍ୟମର ସ୍ୱାଧୀନତା ଉପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।