Thu. Jan 23rd, 2025

ମୋଦୀ ପାକିସ୍ତାନ ଯାଇଥିଲେ ପଠାନକୋଟ୍ ଆକ୍ରମଣ ହୋଇଥିଲା, ମୁଁ ଯାଇଥିଲି ଶାନ୍ତିର ସନ୍ଦେଶ ଆସିଲା : ସିଦ୍ଧୁ

By amfnews Sep 3, 2018 #Featured
213 Views

ଜୟପୁର, ସେପ୍ଟେମ୍ବର ୦୩ :

ପାକିସ୍ତାନରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରୁ ପ୍ରତ୍ୟାବର୍ତନ କରିବା ପରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିବାଦରେ ଫଶି ଯାଇଛନ୍ତି । ସେ କହିଛନ୍ତି କି, ପାକିସ୍ତାନର ନୂତନ ସରକାର ଭାରତ ସହ ନିଜ ସମ୍ପର୍କ ସୁଧାରିବାକୁ ଚାହୁଁଛନ୍ତି । ଏହି କଥାର ଭରଷା ତାଙ୍କୁ ସେତେବେଳେ ହୋଇଥିଲା ଯେତେବେଳେ ସିଦ୍ଧୁ ବିବାଦରେ ଫଶିଥିବା ସମୟରେ ତାଙ୍କ ବନ୍ଧୁ ଶାନ୍ତିର ସନ୍ଦେଶ ପଠାଇଥିଲେ ।

ସୂଚନାନୁଯାୟୀ, ରାଜସ୍ତାନ ଆଜମେରର ଏକ କାର୍ଯ୍ୟକ୍ରମରେ ସିଦ୍ଧୁ ଅଂଶ ଗ୍ରହଣ କରିଥିଲେ । ସେଠାରେ ସେ କହିଥିଲେ କି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରୁ ପ୍ରତ୍ୟାବର୍ତନ କରିବା ପରେ କାର୍ଗିଲ ଯୁଦ୍ଧ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ପାକିସ୍ତାନରୁ ଫେରିଥିଲେ ସେହି ସମୟରେ ପଠାନ କୋଟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । କିନ୍ତୁ ସେ ପାକିସ୍ତାନରୁ ଫେରିବା ପରେ କିଛି ଟଣା ଟଣି ହେବା ପରେ ତାଙ୍କ ବନ୍ଧୁଙ୍କ ଠାରୁ ସନ୍ଦେଶ ଆସିଥିଲା ଯେ, ସେମାନେ ଶାନ୍ତି ଚାହୁଁଛନ୍ତି। ଆପଣ ଗୋଟିଏ ପାଦ ଆଗକୁ ବଢାଇଲେ ସେମାନେ ଦୁଇପାଦ ଆଗକୁ ବଢାଇବେ ।

By amfnews

Related Post