Mon. Nov 25th, 2024

ମୋଦୀଙ୍କ ପାଇଁ ଶୁଭ ସୋମବାର !

By amfnews Aug 5, 2019 #Featured
220 Views

ନୂଆଦିଲ୍ଲୀ  : ମୋଦିଙ୍କୁ ପାଇଁ ବୋଧେ ସୋମବାର ଶୁଭଫଳ ଦେଉଛି | ଆଜି(ସୋମବାର) ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀରର ବିଭାଜନ ପାଇଁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂକଳ୍ପ ଆଗତ କରାଯାଇଛି | ଠିକ ସେହିପରି ଗତ ୩୦ ତାରିଖରେ ମଧ୍ୟ ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ଗୃହୀତ ହୋଇଥିଲା | ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା । ଭୋଟିଂ ବେଳେ ଏଆଇଡିଏମକେ,ଜେଡିୟୁ,ଟିଆରଏସ, ଓ ବିଏସପି କକ୍ଷତ୍ୟାଗ କରିଥିଲେ ।

ଯାହାଫଳରେ ସହଜରେ ବିଲଟି ପାରିତ ହୋଇଯାଇଥିଲା | କିନ୍ତୁ ଏହି ବିଲକୁ ପାସ କରାଇବା ପାଇଁ ୨୯ ତାରିଖ(ସୋମବାର) ଦିନ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା | ଠିକ ସେହିପରି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୨ ଜୁଲାଇରେ(ସୋମବାର) ମିଶନ ଚନ୍ଦ୍ରାୟନ-୨ ଲଞ୍ଚ କରିଥିଲା | ଏହି ମିଶନରେ ବିକ୍ରମ ନାମକ ଲ୍ୟାଣ୍ଡର ଓ ପ୍ରଜ୍ଞାନ ନାମକ ରୋବର ଚନ୍ଦ୍ରରେ ଓହ୍ଲାଇବେ |

୨୨ ଜୁଲାଇରେ ୨୦ ଘଣ୍ଟାର କାଉଣ୍ଟଡାଉନ ପରେ ଇସ୍ରୋ ଜିଏସଏଲଭି ଏମକେ-୩ ରକେଟ ମାଧ୍ୟମରେ ପ୍ରକ୍ଷେପଣ କରାଯାଇଥିଲା | ଏହି ସମୟରେ ମୋଦୀ ନିଜେ ପିଏମଓରୁ ଚନ୍ଦ୍ରାୟନ-୨ର ଲଂଚିଙ୍ଗକୁ ନିରୀକ୍ଷଣ କରୁଥିଲେ | ଏହାକୁ ନେଇ ମୋଦୀ କହିଥିଲେ ଯେ ଚନ୍ଦ୍ରାୟନ-୨ ଅଦ୍ଵିତୀୟ କାରଣ ଏହା ଚନ୍ଦ୍ର୍ର ଦକ୍ଷିଣ ଧ୍ରୁବ କ୍ଷେତ୍ର ବାବଦରେ ଅନୁସନ୍ଧାନ କରିବ | ପୂର୍ବରୁ କୌଣସି ମିଶନରେ ଏଭଳି ହୋଇନଥିବାର ମୋଦୀ କହିଥିଲେ | ସେହିପରି ଚନ୍ଦ୍ରାୟନ-୨ ଆମର ବୈଜ୍ଞାନିକ ଓ ୧୩୦ କୋଟି ଭାରତୀୟଙ୍କ ବିଜ୍ଞାନ ପ୍ରତି ଥିବା ସଂକଳ୍ପକୁ ଦର୍ଶାଉଛି |

By amfnews

Related Post