Thu. Dec 26th, 2024

ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ, କହିଲେ-ଭାରତ ପାଇଁ ପ୍ରକୃତି ହେଉଛି ମା’

By amfnews Oct 3, 2018 #Featured
154 Views

ନୂଆଦିଲ୍ଲୀ, ଅକ୍ଟୋବର ୦୩  : ପର୍ଯ୍ୟାବରଣ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ଉଠାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଚାମ୍ପିୟନ୍ସ ଅଫ୍ ଆର୍ଥ ସମ୍ମାନରେ ସମ୍ମାନିତ କରିଛି । ୟୁଏନର ମୁଖ୍ୟ ଏଂଟୋନିଓ ଗୁଟେରେସ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛନ୍ତି । ମୋଦୀଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କିଛି ଦିନ ପୂର୍ବରୁ ୟୁଏନରେ ଏହାର ଘୋଷଣା କରାଯାଇଥିଲା । ଏହି ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ କହିଛନ୍ତି କି, ଭାରତ ସବୁବେଳେ ପ୍ରକୃତିକୁ ମା ରୂପରେ ଦେଖି ଆସିଛି । ଭାରତରେ ଆଦିବାସୀ, କୃଷକ ଏବଂ ମାଛଧରାଳୀଙ୍କୁ ସମ୍ମାନ ଦିଆଯାଉଛି । ସେମାନଙ୍କ ପାଇଁ ଜୀବନ ପ୍ରକୃତି ଆନୁସାରେ ଚାଲୁଛି । ଭାରତରେ ନାରୀଙ୍କୁ ସମ୍ମାନ ଦିଆ ଯାଉଛି କାରଣ ସେମାନେ ବୃକ୍ଷର ରକ୍ଷଣା ବେକ୍ଷଣା କରନ୍ତି । ଯେପର୍ଯ୍ୟନ୍ତ ଜଳବାୟୁ ବିଷୟରେ ଚିନ୍ତା କରାଯିବ ନାହିଁ ସେପର୍ଯ୍ୟନ୍ତ ଏହି ସମସ୍ୟାର ସମଧାନ ହେବ ନାହିଁ । ଆମେ ପ୍ରକୃତିକୁ ସଜୀବ ମାନୁଛୁ । ପ୍ରକୃତି ପ୍ରତି ଭାରତର ସମବେଦନାକୁ ଆଜି ବିଶ୍ୱ ଗ୍ରହଣ କରୁଛି କାରଣ ହଜାର ବର୍ଷ ହେବ ଏହା ଆମ ଜୀବନ ଶୈଳୀ ସହ ଜଡିତ ଅଛି ।

ସେହି ସମୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ, ଦେଶ ପାଇଁ ଏହା ଗୌରବର ଦିନ । ଯେତେବେଳେ ପେରିସ୍ ବୁଝାମଣାରେ କିଛି ବିକଶିତ ରାଷ୍ଟ୍ର ବାହାରି ଥିଲେ, ସେହି ସମୟରେ ମୋଦୀ କହିଥିଲେ ଯେ, ଭାରତ ପେରିସ୍ ବୁଝାମଣା କାହାର ଚାପରେ କରି ନାହାଁନ୍ତି । ମୋଦୀ ଶାସନରେ ଆସିବା ପରେ ଜଳବାୟୁ ଉପରେ ସମିତି ତିଆରି କରିଥିଲେ । ସମ୍ପୂର୍ଣ୍ଣ ସବା ଦୁଇ ଭାଗରେ ବଂଟା ଯାଇଥିଲା । ଗୋଟିଏ ପଟେ ପର୍ଯ୍ୟାବରଣ ଏବଂ ଅନ୍ୟ ପଟେ ବିକାସର ସଦସ୍ୟ ଥିଲେ । ପର୍ଯ୍ୟାବରଣ ସଦସ୍ୟ ମାନେ ପ୍ରକୃତିକୁ ନଷ୍ଟ କରୁଥିବା ବିକାଶକୁ ବିରୋଦ୍ଧ କରିଥିଲେ । ମୋଦୀଙ୍କ ଭିଜନ କାରଣରୁ ଆଜି ଆମ ଆଦମୀକୁ ସୌର ଶକ୍ତିକୁ ପ୍ରତି ୟୁନିଟ ପିଛା ୨ଟଙ୍କାରେ ମିଳୁଛି ।

ଏହି ଅବସରରେ ଏଂଟୋନିଆ ଗୁଟେରେସ କହିଛନ୍ତି ଯେ, ମୋଦୀ ଐତିହାସିକ ପଦକ୍ଷେପ ଉଠାଇଛନ୍ତି । ପେରିସ୍ ବୁଝାମଣା ଦୁନିଆ ପାଇଁ ଜରୁରୀ ଥିଲା । କିନ୍ତୁ କିଛି ଦେଶ ଏହାକୁ ପୂରଣ କରୁ ନାହାଁନ୍ତି । ୟୁଏନ ମୁତାବକ, ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ମୈକ୍ରୋଙ୍କୁ ପର୍ଯ୍ୟାବରଣ ପାଇଁ ବୈଶ୍ୱିକ ବିଝାମଣା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୨ ପର୍ଯ୍ୟନ୍ତ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିବାକୁ ଶପଥ ଗ୍ରହଣ କରିଥିବା ହେତୁ ଏହି ସମ୍ମାନ ଦିଆ ଯାଇଥିବା ସୂଚନା ମିଳିଛି ।

By amfnews

Related Post