Sat. Jan 25th, 2025

ମୋଦି ସରକାରଙ୍କୁ ମୁଫତିଙ୍କ ପରାମର୍ଶ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ହେଉ ଆଲୋଚନା

By amfnews Aug 25, 2018 #Featured
350 Views

ନୂଆଦିଲ୍ଲୀ, ଅଗଷ୍ଟ ୨୫ : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହିତ ତୁରନ୍ତ ଆଲୋଚନା କରିବା ପାଇଁ ମୋଦି ସରକାରଙ୍କୁ ପରମର୍ଶ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ମେହବୁବା କହିଛନ୍ତି, ସରକାର ଯେତେବେଳେ ଆର୍ମି ମୁଶାରଫ ସହିତ ଆଲୋଚନା କରିପାରୁଛନ୍ତି, ଜନତାଙ୍କ ଦ୍ୱାରା ନିର୍ବାଚିତ ଇମ୍ରାନ ଖାନଙ୍କ ସହିତ କାହିଁକି କରିପାରିବେ ନାହିଁ ।

ମେହବୁବା ରାଜ୍ୟ ସମସ୍ୟାକୁ ରାଜନୈତିକ ସମାଧାନ ଭାବରେ ନେଇ କହିଛନ୍ତି କେନ୍ଦ୍ର ସରକାରଙ୍କୁ ପୂର୍ବରୁ କହୁଛି ଯେ, ଏହି ମାମଲା ପାଇଁ ପାକିସ୍ତାନ ସହିତ ଆଲୋଚନା କରାଯାଉ, କାରଣ ଏହା ହେଉଛି ଏକ ମାତ୍ର ରାସ୍ତା । ମେହେବୁବା କହିଛନ୍ତି, ଜମ୍ମୁ କଶ୍ମୀର ରାଜନୈତିକ ଅଟେ । ଏଠାରେ ରାଜ୍ୟପାଳଙ୍କ ଶାସନ ହେଉ ଅଥବା ଆଉ କାହାର ଶାସନ ହେଉ, ଏଥିରେ କାହାରିକୁ ଅସୁବିଧା ହେଉ ନାହିଁ । ରାଜ୍ୟରେ ଭିତ୍ତିଭୂମିର ବିକାଶ ପୂର୍ବରୁ ଲୋକେ ଶାନ୍ତି ଚାହାନ୍ତି ବୋଲି ମୁଫତି କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଫତି କହିଛନ୍ତି, ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିଲେ । ସେଥିପାଇଁ ସେ ପାକିସ୍ତାନ ଯାଇଥିଲେ । ସେ ପାକିସ୍ତାନକୁ ଅସ୍ତ୍ରବିରତି ଉଲଂଘନ ପାଇଁ ରାଜି କରାଇଥିଲେ, ଯାହାକି ୮ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ବାଜପେୟୀଙ୍କୁ ପ୍ରଶଂସା କରି ମୁଫତି କହିଛନ୍ତି ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫ ଜଣେ ସୈନିକ ଥିଲେ ଓ ସେ ମଧ୍ୟ ସହମତି ନେଇଥିଲେ ।

ଗଣମାଧ୍ୟମର ପ୍ରତିନିଧି ଯେତେବେଳେ ମୁଫତିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଭରସା ଅଛି ବୋଲି ପ୍ରଶ୍ନ କରିଥିଲେ, ମୁଫତି ଜବାବରେ କହିଛନ୍ତି, ଖାନଙ୍କ ବୟନକୁ ସ୍ୱାଗତ କରାଯିବା ଦରକାର । ମେହେବୁବା କହିଛନ୍ତି ଭାରତ ସକରାତ୍ମକ ପଦକ୍ଷେପ ନେବା ଦରକାର । ସେ କହିଛନ୍ତି, ଆଲୋଚନା ହିଁ ଏକମାତ୍ର ମାଧ୍ୟମ । ଯୁଦ୍ଧ କୌଣସି ବି ପ୍ରକାରରେ ସମାଧାନର ରାସ୍ତା ନୁହେଁ । ଅନ୍ଧରାଷ୍ଟ୍ରଭକ୍ତି କୌଣସି ବିକଳ୍ପ ନୁହେଁ ।

ରାଜ୍ୟରେ ପିଡିପି-ବିଜେପିର ବନ୍ଧୁତ୍ୱ ଶେଷ ହେବା ନେଇ ମୁଫତି କହିଛନ୍ତି ସମର୍ଥନ ଫେରାଇ ନେବା ନେଇ ବିଜେପିକୁ ଦୋଷ ଦେଉ ନାହିଁ । ଜଣେ କଶ୍ମୀର ଭାବରେ ଅନେକ ପ୍ରସଙ୍ଗ ଉପରେ ଦାବି କରିଥିଲି । ମୁଁ ଚାହିଁ ନଥିଲି ଯେ, ତାଙ୍କ ପ୍ରତି ଅବିଶ୍ୱାସର ଭାବନା ହେଉ । କାଠୁଆ ଗଣଦୁଷ୍କର୍ମ ଉପରେ ମେହବୁବା କହିଛନ୍ତି, ଘଟଣା ପରେ ବିଜେପି ନେତା କଶ୍ମୀରରେ ଧ୍ରୁବିକରଣ ପାଇଁ ଉଦ୍ୟମ କରିଥିଲି । ଦୁଷ୍କର୍ମକୁ ସମର୍ଥନ କରୁଥିବା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଉ ବୋଲି ମୁଁ ପ୍ରସ୍ତାବ ଦେଇଥିଲି ।

By amfnews

Related Post