Sat. Mar 7th, 2026

ମୋଦିଙ୍କ ପାଣ୍ଡବମାନେ ମମତାଙ୍କ କୌରବ ବଂଶକୁ ନିଶ୍ଚିତ ହରାଇବେ: ତ୍ରିପୁରା ମୁଖ୍ୟମନ୍ତ୍ରୀ

187 Views

ପଶ୍ଚିମବଙ୍ଗ, ଜାନୁଆରୀ ୩୦ : ପଶ୍ଚିମବଙ୍ଗରେ ନିଜର ପ୍ରଥମ ନିର୍ବାଚନ ରାଲିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଆସନ୍ତା ଲୋକସଭା ନିର୍ବାଚନକୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୌରବ ରାଜା ଧ୍ରୁତରାଷ୍ଟ୍ରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି କି ମୋଦିଙ୍କ ପାଣ୍ଡବମାନେ ମମତାଙ୍କ କୌରବଙ୍କୁ ନିଶ୍ଚୟ ବଧ କରିବେ। ହୁଗୁଲି ଜିଲ୍ଳାରେ ମଙ୍ଗଳବାର ହୋଇଥିବା ବିଜେପିର ‘ଗଣତନ୍ତ୍ର ବଞ୍ଚାଅ’ ରାଲିରେ ବିପ୍ଲବ ଦେବ ମମତାଙ୍କୁ ଅନ୍ଧ ରାଜା ‘ଧ୍ରୁତରାଷ୍ଟ୍ର’ ବୋଲି ବର୍ଣ୍ଣନା କରିଛନ୍ତି।

ସେ ଧୃତରାଷ୍ଟ୍ରଙ୍କ ସହ ମମତାଙ୍କ ତୁଳନା କରି କହିଛନ୍ତି କି ଜଣେ ଅନ୍ଧ ରାଜାଙ୍କ ପରି ମମତା ନିଜ ଦଳର କର୍ମକର୍ତ୍ତାଙ୍କୁ ଅନ୍ଧ ଭାବେ ସମର୍ଥନ କରି ସେମାନେ କରୁଥିବା ହତ୍ୟାକୁ ଅଣଦେଖା କରୁଛନ୍ତି। ସେ ଆହୁରି ବିି କହିଛନ୍ତି କି ଏପରି କରି ମମତା ନିଜେ ନିଜ ପାଇଁ ଗାତ ଖୋଳୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିପ୍ଳବ ଦେବ କହିଥିଲେ କି ତ୍ରୁଣମୂଳ କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ବିପକ୍ଷ ଦଳରେ ସାମିଲ୍‌ ହୋଇଥିବା ୭୦ ରୁ ଊର୍ଧ୍ୱ ରାଜନୈତିକ କର୍ମୀଙ୍କ ହତ୍ୟା କରି ଦିଆଯାଇଛି।

By amfnews

Related Post