Sat. Jun 7th, 2025

‘ମୋଦିଙ୍କ ଚେହେରା ୨୪ ଘଣ୍ଟା ଟିଭିରେ ଦିଶୁଛି, ତାହା ମାଗଣା ନୁହେଁ’: ରାହୁଲ ଗାନ୍ଧୀ

By amfnews Oct 9, 2018 #Featured
224 Views

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରକୁ ବାକ୍‌ ଆକ୍ରମଣ କରିଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି କି ପ୍ରଧାନମନ୍ତ୍ରୀ ୨୪ ଘଣ୍ଟା ଟିଭିରେ ନିଜ ଚେହେରା ଦେଖାଇବାରେ ବ୍ୟସ୍ତ। ଏଥିପାଇଁ ସେ ଉଦ୍ୟେଗପତିମାନଙ୍କୁ କୋଟି କୋଟି ଟଙ୍କା ବିଜ୍ଞାପନ ଆକାରରେ ଦେଉଛନ୍ତି। କେବଳ ସେତିକି ନୁହେଁ, ମୋଦିଙ୍କ ପୋଷ୍ଟର୍‌ ଚାରିଆଡ଼େ ଦେଖିବାକୁ ମିଳୁଛି ବୋଲି ମଧ୍ୟ ରାହୁଲ କହିଛନ୍ତି। ଏ ସବୁ ମାଗଣାରେ ମିଳୁନାହିଁ, ନହେଲେ ପ୍ରତ୍ୟେକ ଲୋକଙ୍କ ଚେହେରା ଟିଭିରେ ଦିଶନ୍ତା। ପ୍ରଧାନମନ୍ତ୍ରୀ ଏଥିପାଇଁ ରାଜକୋଷରୁ ମୋଟା ଅଙ୍କର ରାଶି ଖର୍ଚ୍ଚ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମାର୍କେଟିଂ କୌଶଳ ଭଲ ଜଣାଥିବାରୁ ସେ ନିଜର ଭଲ ବିଜ୍ଞାପନ କରିପାରୁଛନ୍ତି।

ରାଜସ୍ଥାନର ବରାଠିରେ ଏକ ଜନ ସମାରୋହରେ ରାହୁଲ ଏପରି ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭିଯୋଗ ଆଣି ପ୍ରଶ୍ନ ପଚାରିଥିଲେ କି ପ୍ରଧାନମନ୍ତ୍ରୀ ମୋଦି ଗତ ୪ ବର୍ଷ ଭିତରେ ଦେଶ ପାଇଁ କ’ଣ କରିଛନ୍ତି? ଧନୀ ତଥା ଭ୍ରଷ୍ଟାଚାରୀ ଯେପରିକି ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ୍‌ ଚୋକ୍‌ସି, ଲଲିତ ମୋଦି ଆଦିଙ୍କୁ ସାହାଯ୍ୟ କରୁଛନ୍ତି। ଯୁବ ଓ କୃଷକଙ୍କ ପ୍ରତି ତାଙ୍କ ମନରେ କୌଣସି ସମବେଦନା ନାହିଁ ବୋଲି ରାହୁଳ କହିଥିଲେ।

By amfnews

Related Post