Sun. Jun 15th, 2025

ମୋଦିଙ୍କୁ ହତ୍ୟା କରିବା ଲାଗି ସୁପରିକଳ୍ପିତ ଯୋଜନା ଅଛି ବୋଲି କହି ଫେସ୍‌ବୁକ୍‌ରେ ଟଙ୍କା ମାଗିଥିବା ବ୍ୟକ୍ତି ଗିରଫ

By amfnews Mar 29, 2019 #Featured
171 Views

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ଲାଗି ‘ସୁପାରି’ (ଟଙ୍କା) ଦାବି କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଦିନ ରାଜସ୍ଥାନ ପୁଲିସ ଗିରଫ କରିଛି।ବଜାଜ ନଗର ଥାନା ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାମକୃପାଳ ଯାଦବଙ୍କ କହିବା ଅନୁସାରେ, ଅଭିଯୁକ୍ତ ମାର୍ଚ ୨୬ ତାରିଖ ରାତିରେ ତାଙ୍କ ଫେସ୍‌ବୁକ୍‌ ଓ୍ଵାଲ୍‌ରେ ପୋଷ୍ଟ୍‌ କରିଥିଲେ: ଏମିତି କେହି ଅଛି ଯିଏ ମୋତେ ମୋଦିଙ୍କୁ ହତ୍ୟା କରିବାକୁ ‘ସୁପାରି’ ଦେଇ ପାରିବେ, ମୋ ପାଖରେ ସୁପରିକଳ୍ପିତ ଯୋଜନା ଅଛି।ଗୁରୁବାର ସକାଳେ ପୁଲିସ ଏ ସଂକ୍ରାନ୍ତରେ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛି।

ଅଭିଯୁକ୍ତ ହେଉଛନ୍ତି ନବୀନ ଯାଦବ। ଗତ ୧୦ ବର୍ଷ ହେବ ସେ ଜୟପୁରରେ ବସବାସ କରିଆସୁଛନ୍ତି।ସେ ଜଣେ ସ୍ନାତକ ଏବଂ ତାଙ୍କ ବାପା ସିଆର୍‌ପିଏଫ୍‌ର ଅବସରପ୍ରାପ୍ତ କର୍ମଚାରୀ। ଯାଦବ ଗୋଟାଏ ବହି ଦୋକାନରେ କାର୍ଯ୍ୟ କରନ୍ତି।
ପଚରା ଉଚୁରା ସମୟରେ ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ କେତେ ବର୍ଷ ହେବ ସେ ତାଙ୍କ ଫେସ୍‌ବୁକ୍‌ ଓ୍ଵାଲ୍‌ରେ ରାଜନେତାଙ୍କ ବିରୋଧରେ ପୋଷ୍ଟିଙ୍ଗ୍‌ କରି ଆସୁଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟିଙ୍ଗ୍‌ କରିଥିବାରୁ ଏବେ ସେ ଖୁବ୍‌ ଦୁଃଖିତ ବୋଲି କହୁଥିବା କଥା ପୁଲିସ କହୁଛି। ପୁଲିସ ଆହୁରି କହିଛି କି, ଲୋକଟି ତାଙ୍କର ଜାଲ୍‌ ଆକାଉଣ୍ଟ୍‌ରେ ଏହା ପୋଷ୍ଟ୍‍ କରିଥିଲେ। ଏ ବିଷୟରେ ଅଧିକ ତଦନ୍ତ ଚାଲିଛି ଏବଂ ତାଙ୍କ ପରିବାର ଲୋକଙ୍କୁ ଏ ସଂକ୍ରନ୍ତରେ ସୂଚନା ଦିଆଯାଇଛି।

By amfnews

Related Post