Sat. Mar 7th, 2026

ମୋବାଇଲ ପଞ୍ଜୀକରଣ ନକଲେ ବନ୍ଦ ହୋଇଯିବ ଏସବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ସେବା

375 Views

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଥିଲେ ଗ୍ରାହକଙ୍କୁ ଆସନ୍ତା ଡିସେମ୍ବର ୧ ତାରିଖ ସୁଦ୍ଧା ‌ସେମାନଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଶାଖାରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ନକରିଲେ ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଡିସେମ୍ବର ୧ ତାରିଖରୁ ଆଉ ମିଳିବ ନାହିଁ। ବ୍ୟାଙ୍କ ପକ୍ଷରୁ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ୱେବସାଇଟ୍‌ ଅନଲାଇନ୍ଏସବିଆଇରେ ଏହି ସୂଚନା ଦିଆଯାଇଛି। ଯଦି ପୂର୍ବରୁ ଗ୍ରାହକଙ୍କ ମୋବାଇଲ ନମ୍ବର ‌ପଞ୍ଜୀକୃତ ହୋଇଛି ‌ସେମାନଙ୍କୁ କିଛି ଅସୁବିଧା ହେବନାହିଁ।

ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଛି କି ନାହିଁ ତାହା ଜାଣିବା ଲାଗି ଗ୍ରାହକଙ୍କୁ www.onlinesbi.comକୁ ଯିବାକୁ ହେବ। ଏହାପରେ ଲଗଇନ୍ କରି ପାସୱାର୍ଡ ଦେବାକୁ ହେବ। ଲଗଇନ କରିବା ପରେ ହୋମପେଜ୍‌ରେ MY Account and profileରେ କ୍ଲିକ କରିବାକୁ ହେବ। ଏହାପରେ Personal Details/Mobile ଉପରେ କ୍ଲିକ କରିବାକୁ ହେବ। ଏହାପରେ ପ୍ରୋଫାଇଲ ପାସୱାର୍ଡ ଦେବାକୁ ହେବ। ଠିକ ପ୍ରୋଫାଇଲ ପାସୱାର୍ଡ ଏଣ୍ଟର କରିବା ପରେ ଆପଣଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ଆଂଶିକ ରୂପେ ଦେଖିହେବ। ଯଦି ଗ୍ରାହକ ମୋବାଇଲ ନମ୍ବର ‌ପଞ୍ଜୀକରଣ କରି ନଥାନ୍ତି ତାହେଲେ ସେମାନଙ୍କୁ ଏଥିପାଇଁ ସେମାନଙ୍କ ଖାତା ଥିବା ବ୍ୟାଙ୍କ ଶାଖାକୁ ଯାଇ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ହେବ।

By amfnews

Related Post