Mon. Jan 13th, 2025

ମୋବାଇଲ୍‌ ମୋହ ଛଡ଼ାଇବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା

By amfnews Jul 20, 2019 #Featured
168 Views

ଲକ୍ଷ୍ନୌ: ଆଜିର ଯୁଗରେ ମୋବାଇଲ୍‌ ନାହିଁ ତ କିଛି ନାହିଁ। ଯଦି ହାତରେ ମୋବାଇଲ୍‌ ଅଛି, ତା’ହେଲେ ସାରା ଦୁନିଆ ହାତରେ ରହିଛି। କିନ୍ତୁ ମୋବାଇଲ୍‌କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କଲେ ତାହା ଖରାପ ପ୍ରଭାବ ପକାଇଥିଏ। କାରଣ ମୋବାଇଲ୍‌ ସ୍କ୍ରିନରୁ ବାହାରୁଥିବା ବ୍ଲ୍ୟୁ ଲାଇଟ୍ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଅନେକ ମାନସିକ ରୋଗର କାରଣ ହୋଇଥାଏ।

ଏବେ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ସବୁ ସ୍ଥାନରେ କାଉନ୍‌ସେଲିଂ ସେଣ୍ଟର ଖୋଲାଯିବ ଓ ମୋବାଇଲ୍‌ ଅଭ୍ୟାସ ଛଡ଼ାଇବା ପାଇଁ ପ୍ରୟାସ କରାଯିବ।  ଏଥିରେ ନିୟୋଜିତ ହେବାକୁ ଥିବା ଟିମ୍‌ରେ ଜଣେ ଲେଖାଏ ମନୋଚିକିତ୍ସକ ରହିବେ। ମୋବାଇଲ୍ କେତେ ସମୟ ବ୍ୟବହାର କରିବା ଉଚିତ୍, ଅଧିକ ବ୍ୟବହାର କଲେ କ’ଣ କ୍ଷତି ହୁଏ ଓ ଅଧିକ ସମୟ ମୋବାଇଲ୍‌ରେ ଗପିବା ଅଭ୍ୟାସ କେମିତି ଛାଡ଼ି ହେବ- ଏ ସବୁ ନେଇ ଏଠାରେ ପରାମର୍ଶ ଦିଆଯିବ। ତେବେ  ଖାଲି ମୋବାଇଲ ବ୍ୟବହାରକାରୀ ନୁହନ୍ତି, ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ମଧ୍ୟ ଏଠାରେ କାଉନ୍‌ସେଲିଂ କରାଯିବ।

ତା’ହେଲେ ଜାଣନ୍ତୁ, ମୋବାଇଲ୍‌ କେତେ ସମୟ ବ୍ୟବହାର କରିବା ଉଚିତ୍

– ୨ରୁ ୫ ବର୍ଷ ବୟସରୁ ଛୋଟ ଛୁଆ ଗୋଟିଏ ଦିନରେ ୧ ଘଣ୍ଟାରୁ ଅଧିକ ସମୟ ମୋବାଇଲ୍ ଧରିବାକୁ ଦିଅନ୍ତୁ ନାହିଁ।

– ୯ ବର୍ଷର ଛୁଆମାନେ ପ୍ରତ୍ୟେକ ଦିନ ଅତିବେଶୀରେ ୨ ଘଣ୍ଚା ପର୍ଯ୍ୟନ୍ତ ମୋବାଇଲ୍‌ ବ୍ୟବହାର କରିପାରିବେ।

– ବାରମ୍ୱାର ଅବା ପ୍ରତି ୧୦ ମିନିଟରେ ମୋବାଇଲ ଦେଖୁଥିବା ବ୍ୟକ୍ତି ରାତି ଅନିଦ୍ରାର ଶିକାର ହୋଇଥା’ନ୍ତି।

-ବ୍ଲ୍ୟୁ ଲାଇଟର ପ୍ରଭାବ ଆଖିର ରେଟିନା ଉପରେ ପଡ଼ିଥାଏ।

ଏକ ସର୍ଭେରୁ ଜଣାପଡ଼ିଛି ଯେ, ବାରମ୍ୱାର ମୋବାଇଲ ବ୍ୟବହାର କରିବା ଦ୍ୱାରା ମୋଟାପଣର ଶିକାର ହେବାର ଆଶଙ୍କା ବଢ଼ିଯାଏ। ଏପରିକି ଏହା ଡାଇବେଟିସ୍‌ର ବି କାରଣ ହୋଇପାରେ।

ଏମିତି ମୋବାଇଲ ବ୍ୟବହାର କରନ୍ତୁ

ଗୁଗୁଲ ପ୍ଲେ ଷ୍ଟୋରରେ ଫ୍ୟାମିଲି ଟାଇମ୍ ପାରେଣ୍ଟାଲ କଣ୍ଚ୍ରୋଲ ଏବଂ ସ୍କ୍ରିନ ଆପ୍(Family Time Parental Controls & Screen Time App) ଉପଲବ୍ଧ ରହିଛି। ଏହି ଆପ୍ସ ଦ୍ୱାରା ପ୍ରତିଦିନ କେତେ ସମୟ ୟ୍ୟୁ ଟ୍ୟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରି ହେବ ତା’ର ଟାଇମ୍ ଫିକ୍ସ ରହିଛି। ଟାଇମ୍ ଫିକ୍ସକୁ ଆକ୍ଟିଭ କରି ଦେଲେ ନିର୍ଦ୍ଧାରିତ ସମୟ ପରେ ଏହା ଆପେ ଆପେ  ବନ୍ଦ ହୋଇଯିବ।

By amfnews

Related Post