Thu. Mar 13th, 2025

‘ମେଡ୍‌-ଇନ୍‌-ଇଣ୍ଡିଆ’ କୋଭିଡ୍‌ ଟିକା ପାଇଁ ୨୫ଟି ଦେଶ ଅପେକ୍ଷା କରିଛନ୍ତି: ବୈଦେଶିକ ମନ୍ତ୍ରୀ

By amfnews Feb 6, 2021 #Featured
142 Views

ଅମରାବତୀ: ଭାରତ ଏପର୍ଯ୍ୟନ୍ତ ୧୫ ଟି ଦେଶକୁ କୋଭିଡ୍‌-୧୯ ଟିକା ଯୋଗାଇ ଦେଇଛି ଏବଂ ଅନ୍ୟ ୨୫ ଟି ଦେଶ ବିଭିନ୍ନ ସ୍ତରରେ ଭାରତ ପ୍ରସ୍ତୁତ କୋଭିଡ୍‌ ଟିକା ପାଇଁ ଧାଡିରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି (ଶନିବାର) କହିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଟିକା ପାଇଁ ଧାଡ଼ିରେ ତିନିଟି ବର୍ଗର ଦେଶ ରହିଛନ୍ତି, ଯେଉଁମାନେ ଭାରତରୁ ଟିକା ପାଇବାକୁ ଆଗ୍ରହୀ- ଗରିବ, ମୂଲ୍ୟ ସମ୍ବେଦନଶୀଳ ଦେଶ ତଥା ଅନ୍ୟାନ୍ୟ ଦେଶ ଯାହା ଫାର୍ମାସ୍ୟୁଟିକାଲ୍‌ କମ୍ପାନି ସହିତ ସିଧାସଳଖ କାରବାର କରିଥାଏ। ବର୍ତ୍ତମାନ ସୁଦ୍ଧା ଆମେ ପ୍ରାୟ ୧୫ ଟି ଦେଶକୁ ଟିକା ଯୋଗାଇ ଦେଇଛୁ। ଟିକା ପାଇଁ ଆଉ ୨୫ ଟି ଦେଶ ପାଇପଲାଇନରେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ଏହି ଘଟଣା ଆଜି ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଛି ବୋଲି ଶ୍ରୀ ଜୟଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ପକ୍ଷରୁ କେତେକ ଗରିବ ଦେଶକୁ ଅନୁଦାନ ଭିତ୍ତିରେ ଏହି ଟିକା ଯୋଗାଇ ଦିଆଯାଉଥିବାବେଳେ କେତେକ ଦେଶ ଏହି ଟିକା ପ୍ରସ୍ତୁତକାରୀଙ୍କ ଠାରୁ ଭାରତ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ସହିତ ଚାହୁଁଛନ୍ତି। ଆଉ କେତେକ ଦେଶ ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନି ସହିତ ସିଧାସଳଖ ଚୁକ୍ତି କରିଛନ୍ତି ଏବଂ ବ୍ୟବସାୟିକ ଭିତ୍ତିରେ ବୁଝାମଣା କରିଛନ୍ତି ବୋଲି ସେ କହିଛନ୍ତି।

ପୁଣେର ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଭାରତ ବାୟୋଟେକ୍‌ ଏବଂ ଅକ୍ସଫୋର୍ଡର କୋଭିଶିଲ୍‌ଡ, କୋଭ୍ୟାକ୍ସିନ୍‌ ଦୁଇଟି କୋଭିଡ୍‌-୧୯ ଟିକା ପାଇଁ ଅନୁମତି ମିଳି ସାରିଛି। ଯାହା ଜରୁରୀକାଳୀନ ପରିସ୍ଥିତିରେ ଜାନୁଆରୀ ୧୬ ତାରିଖରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯାଉଛି।

By amfnews

Related Post