Sat. Mar 7th, 2026

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

210 Views

ଭଦ୍ରକ,୨୯/୧୦ : ଭଦ୍ରକ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ସମଗ୍ର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନ ଯୋଗୁଁ ଭଦ୍ରକର ସମସ୍ତ ସ୍କୁଲ , କଲେଜ ସହିତ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ଜାତୀୟ ରାଜପଥ, ରେଳଷ୍ଟେସନରେ ଆନ୍ଦୋଳଦନକାରୀମାନେ ପ୍ରତିବାଦ କରୁଥିବା ପରିପ୍ରେକ୍ଷୀରେ ଭଦ୍ରକ ଦେଇ ବସ ଚଳାଚଳ ସହିତ ଟ୍ରେନ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି।


ଆଜି ସକାଳୁ ଭଦ୍ରକ ମେଡିକାଲ କଲଜ ପ୍ରତିଷ୍ଠା ସଂଗ୍ରାମ ସମିତି, ଭଦ୍ରକ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ଆନୁକୂଲ୍ୟରେ ଭଦ୍ରକ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାକୁ ପ୍ରାୟ ସବୁ ରାଜନୈତିକ ଦଳ ସମର୍ଥନ ଦେଉଥିବାରୁ ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ଭଦ୍ରକ ସଦର, ଚାନ୍ଦବାଲି, ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରି, ଧାମନଗର ଓ ତିହିଡ଼ି ବ୍ଲକ୍‌ ସହିତ ସମସ୍ତ ୩ଟି ପୌରାଞ୍ଚଳରେ ଏହି ବନ୍ଦ ପାଳନ କରାଯାଉଛି। ସହରର ଦୋକାନବଜାର ବନ୍ଦ ଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। କେବଳ ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ି ଚଳାଚଳ କରୁଥିବା ବେଳେ ବସ, ଟ୍ରକ୍‌ ଓ ଅନ୍ୟାନ୍ୟ ଯାଜନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

By amfnews

Related Post