Mon. Mar 9th, 2026

ମେଟାଲର୍ଜିରେ ଶ୍ରେଷ୍ଠ ସ୍ନାତକଙ୍କୁ ମିଳିବ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲ

194 Views

ଭୁବନେଶ୍ୱର : ରାଉରକେଲା ଏନ୍‌ଆଇଟିର ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲରେ ଇମ୍ଫା ସମ୍ମାନିତ କରିବ। ଏଥିପାଇଁ ଇମ୍ଫା ଓ ଏନ୍‌ଆଇଟି ରାଉରକେଲା ଅନୁବନ୍ଧିତ ହୋଇଛନ୍ତି।

୨୦୨୦ରୁ  ମେଟାଲର୍ଜିରେ ଶ୍ରେଷ୍ଠ ସ୍ନାତକଙ୍କୁ ଇମ୍ଫା ପକ୍ଷରୁ ଏହି ପଦକ ପ୍ରଦାନ କରାଯିବ। ସ୍ୱର୍ଗତ ବଂଶୀଧର ପଣ୍ଡା ଜଣେ ବିଖ୍ୟାତ  ମେଟାଲର୍ଜିଷ୍ଟ ଥିଲେ। ଏହାସହ ସେ ଏନ୍‌ଆଇଟି ରାଉରକେଲାର ଗଭର୍ଣ୍ଣିଂ ବୋର୍ଡର ଚେୟାରମ୍ୟାନ ଭାବେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

By amfnews

Related Post