Sun. Mar 8th, 2026

ମେଘାଳୟ ଖଣି ଦୁର୍ଘଟନା: ମିଳିଥିବା ଶବକୁ ଚିହ୍ନି ପାରୁ ନାହାନ୍ତି ପରିବାର ଲୋକେ

333 Views

ଶିଲଙ୍ଗ୍‌, ଜାନୁଆରୀ ୧୯ : ପାଣି ପଶିଯିବାରୁ କୋଇଲା ଖଣି ମଧ୍ୟରୁ ବାହାରି ପାରି ନ ଥିବା ୧୫ ଜଣ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯିବା ସମୟରେ ପାଣି ଭିତରେ ଜଣେ ଶ୍ରମିକଙ୍କର ଶବ ଥିବା ଜଣାପଡ଼ିବା ପରେ ଯେଉଁ ଭିଡିଓ ରେକର୍ଡିଙ୍ଗ୍‌ କରାଯାଇଥିଲା, ସେହି ଭିଡିଓକୁ ଦେଖି ଥିବା ଅନ୍ୟୂନ ୫ଟି ପରିବାରର ଲୋକେ ସେ ଶବ ଚିହ୍ନିବାକୁ ଅସମର୍ଥ ବୋଲି ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି।

ମାନବ ରହିତ ରିମୋଟ୍‌ଲି- ଅପରେଟେଡ୍‌ ଭେଇକ୍ଲ୍‌ (ଆର୍‌ଓଭି) ବ୍ୟବହାର କରି ନୌସେନାର ବୁଡ଼ାଳିମାନେ ସେ ଶବଟିକୁ ଠାବ କରିଥିଲେ। ଶବଟି ମୁଖ୍ୟ ସାଫ୍‌ଟ୍‌ ଠାରୁ ୧୬୦ ଫୁଟ୍‌ ଗଭୀରରେ ଥିଲା। ଆର୍‌ଓଭି ଶବଟିକୁ ଅଧାବାଟ ଉପରକୁ ଉଠାଇ ଆଣିଥିଲା। କିନ୍ତୁ ଡାକ୍ତରମାନେ କହିଲେ ଏହା ଦ୍ୱାରା ଶବରୁ ଅଙ୍ଗପ୍ରତ୍ୟଙ୍ଗ ଅଲଗା ହୋଇ ଯିବାର ଆଶଙ୍କା ରହିଛି। ଶରୀରର ଅଂଶ ଅଲଗା ହୋଇଗଲେ ତାହା ଆଉ ଚିହ୍ନଟ କରି ହେବ ନାହିଁ।

୫ଟି ପରିବାରରୁ ତିନି ପରିବାର ହେଉଛନ୍ତି ଲୁମତାରି ଗାଁର ଓ ଅନ୍ୟ ଦୁଇ ପରିବାର ଆସାମର ଚିରାଙ୍ଗ୍‌ ଜିଲ୍ଲା ଅନ୍ତର୍ଗତ।

By amfnews

Related Post