Sat. Mar 7th, 2026

ମେକ୍ସିକୋ ସୁନ୍ଦରୀ ଭାନେସା ପିନ୍ଧିଲେ ୨୦୧୮ ମିସ୍ ୱାର୍ଲଡ୍ ମୁକୁଟ

263 Views

ନୂଆଦିଲ୍ଲୀ, ଡିସେମ୍ବର ୦୮: ଚୀନର ସାନ୍ୟାରେ ଚାଲୁଥିବା ମିସ୍ ୱାର୍ଲଡ ୨୦୧୮ ପ୍ରତିଯୋଗୀତାରେ ୬୮ତମ ମେକ୍ସିକୋ ସୁନ୍ଦରୀ ଭାନେସା ପୋନ୍ସ ଦି ଲିଅନ ମିସ୍ ୱାର୍ଲ୍ଡ ହୋଇଛନ୍ତି। ୨୦୧୭ର ମିସ ୱାର୍ଲ୍ଡ ବିଜେତା ମାନୁଷୀ ଛିଲ୍ଲର ଏହି ମୁକୁଟକୁ ନୂଆ ବିଶ୍ୱ ସୁନ୍ଦରୀଙ୍କୁ ପିନ୍ଧେଇଛନ୍ତି। ସେହିପରି ଥାଇଲାଣ୍ଡର ନିକୋଲେନ୍ ପିଶାପା ପାଷ୍ଟ ରନର୍ସ ଅପ୍ ହୋଇଛନ୍ତି।

ନିଜର ମୁକୁଟକୁ ପିନ୍ଧେଇଲା ବେଳେ ଭାରତୀୟ ସୁନ୍ଦରୀ ମାନୁଷୀ ଛିଲ୍ଲର ନିଜର ପୂର୍ବ ସଫଳତା ଯାତ୍ରାକୁ ମନେପକାଇଥିଲେ। ଚୀନର ସାନ୍ନ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିସ ୱାର୍ଲ୍ଡ ୨୦୧୮ ଘୋଷଣା କରାଯାଇଥିଲା। ଭାରତ ତରଫରୁ ଏହି ପ୍ରତିଯୋଗୀତାରେ ତାମିଲନାଡୁର ଅନୁକୃତି ବାସ ଭାଗ ନେଇଥିଲେ। ଅନୁକୃତି ଟପ୍ ୩୦ରେ ସାମଲ ହୋଇଥିଲେ । କିନ୍ତୁ ଏହା ପରେ ଟପ୍ ୧୨ରେ ନିଜ ସ୍ଥାନ ରଖିପାରିନଥିଲେ। ମିସ୍ ୱାର୍ଲ୍ଡ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହି ଖବରକୁ ସେୟାର କରାଯାଇଛି।

By amfnews

Related Post