ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା ଭାବେ ଯେତିକି ଲୋକପ୍ରିୟ, ଜଣେ କବି ଭାବେ ମଧ୍ୟ ସେତିକି ପ୍ରସିଦ୍ଧ। ସେ ଲେଖିଥିବା କବିତାଗୁଡିକୁ ଅନେକ ପ୍ରଶଂସା ମିଳିଛି। ତାଙ୍କର କବିତାରୁ ତାଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ଜୀବନକୁ ସେ କେତେ ପାଖରୁ ଦେଖିଛନ୍ତି ଏହା ସେ କବିତା ମାଧ୍ୟମରେ ଦୁନିଆକୁ ଦେଖେଇଥିଲେ। ନିଜସ୍ୱ କବିତାକୁ ଆବୃତ୍ତି କଲାବେଳେ ସେ ପରିବେଶରେ ଏକ ଭିନ୍ନ ଦାମ୍ଭିକତା ଭରିଦେଉଥିଲେ। ନିରୁତ୍ସାହିତ ଲୋକ ବି ତାଙ୍କ କବିତା ଶୁଣି ଆତ୍ମବିଶ୍ୱାସ ଫେରିପାଉଥିଲା। ଅଟଳଙ୍କ ଭାଷାରେ, ଶବ୍ଦରେ ଓ ଭାବରେ ଦେଖିବାକୁ ମିଳେ ଦାମ୍ଭିକତା ।
୧୯୮୮ ମସିହାରେ ବାଜପେୟୀଙ୍କର କିଡ୍ନୀ ସମସ୍ୟା ଦେଖାଦେଇଥିଲା । ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ସେତେବେଳେ ଧର୍ମବୀର ଭାରତୀଙ୍କୁ ଲେଖିଥିବା ଏକ ଚିଠିରେ ସେ ମୃତ୍ୟୁକୁ ଆଖି ସାମନାରେ ଦେଖିଥିଲେ। ତାକୁ ହରାଇବାର ସତ୍ସାହସକୁ ସେ କବିତାରେ ସଜାଇଥିଲେ। ଆଜି ପୁଣି ସେ କବିତା ସମସ୍ତଙ୍କ କର୍ଣ୍ଣରେ ପ୍ରତିଧ୍ୱନିତ୍ୱ ହେଉଛି।
ଧର୍ମବୀରଙ୍କ ପାଖକୁ ଲେଖିଥିବା ଚିଠିରେ ଅଟଳ ଜୀ କହିଥଲେ, ଡାକ୍ତରମାନେ ତାଙ୍କୁ ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସେ ଶୋଇପାରିନଥିଲେ। ତାଙ୍କ ମନରେ ଯେଉଁ ଭାବନା ସେଦିନ ଜନ୍ମ ନେଇଥିଲା , ତାକୁ ନେଇ ସେ ଏହି କବିତାକୁ ଲେଖିଥିଲେ।
“….ଠନ୍ ଗଇ !
ମୌତ୍ ସେ ଠନ୍ ଗଇ !
ଜୁଝୁନେ କା ମେରା ଇରାଦା ନ ଥା,
ମୋଡ୍ ପର୍ ମିଲେଙ୍ଗେ ଇସ୍କା ୱାଦା ନ ଥା,
ରାସ୍ତା ରୋକ୍ କର୍ ୱହ୍ ଖଡି ହୋ ଗଇ,
ୟୁଁ ଲଗା ଜିନ୍ଦେଗୀ ସେ ବଡ଼ୀ ହୋ ଗଇ।
ମୌତ୍ କି ଉମର୍ କ୍ୟା ହୈ ? ଦୋ ପଲ୍ ଭି ନେହି,
ଜିନ୍ଦେଗୀ ସିଲ୍ସିଲା, ଆଜ୍ କଲ୍ କି ନହିଁ।
ମୈଁ ଜୀ ଭର୍ ଜିୟା, ମୈଁ ମନ୍ ସେ ମରୁଁ,
ଲୌଟ୍କର୍ ଆଉଁଗା,କୁଛ୍ ସେ କ୍ୟୋଁ ଡରୁ?
ତୁ ଦବେ ପାୱଁ, ଚୋରୀ-ଛିପେ ସେ ନ ଆ,
ସାମନେ ବାର୍ କର୍ ଫିର୍ ମୁଝେ ଆଜ୍ମା।
ମୌତ୍ ସେ ବେଖବର,ଜିନ୍ଦେଗୀ କା ସଫର୍,
ଶାମ୍ ହର୍ ସୁରମଇ, ରାତ୍ ବଂଶୀ କା ସ୍ୱର୍ ।
ବାତ୍ ଐସି ନହିଁ କି କୋଇ ଗମ୍ ହି ନହିଁ,
ଦର୍ଦ ଅପନେ-ପରାଏ କୁଛ୍ କମ୍ ଭି ନହିଁ ।
ପ୍ୟାର୍ ଇତ୍ନା ପରାୟୋଁ ସେ ମୁଝ୍କୋ ମିଲା,
ନ ଅପନୋଁ ସେ ବାକି ହୈ କୋଇ ଗିଲା।
ହର୍ ଚୁନୌତି ସେ ଦେ ହାତ୍ ମୈନେ କିଏ,
ଆନ୍ଧିୟୋଁ ମେ ଜଲାଏ ହୈଁ ବୁଝତେ ଦିଏ।
ଆଜ୍ ଝକ୍ଝୋରତା ତେଜ୍ ତୁଫାନ୍ ହୈ,
ନାୱ ଭୱଁରୋ କୀ ବାହୋଁ ମେଁ ମେହମାନ୍ ହେଁ।
ପାର୍ ପାନେ କା କାୟମ୍ ମଗର ହୌସଲା,
ଦେଖ୍ ତେୱର ତୁଫାଁ କା, ତେୱରୀ ତନ୍ ଗଇ।
ମୌତ୍ ସେ ଠନ୍ ଗଇ।”
ଅଟଳଜୀଙ୍କୁ ରାଜୀବ ଗାନ୍ଧୀ ଦେଇଥିଲେ ନୂଆ ଜୀବନ
ଅଟଳଜୀଙ୍କୂ ନୂଆ ଜୀବନ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ଅଟଳଜୀଙ୍କ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ପଠାଇବାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ବଡ଼ ଯୋଗଦାନ ଥିଲା।
ରାଜୀବ ଗାନ୍ଧୀ ଯୁକ୍ତରାଷ୍ଚ୍ର ଆମେରିକାକୁ ଡେଲିଗେସନରେ ଅଟଳଙ୍କ ନାଁକୁ ସାମିଲ୍ କରିଥିଲେ ଏଇଥି ପାଇଁ କି ସେହି ବାହାନାରେ ସେ ନିଜର ଚିକିତ୍ସା କରିପାରିବେ। ଅଟଳଜୀ ମଧ୍ୟ ସବୁବେଳେ ଏହି କଥାକୁ ନେଇ ରାଜୀବ ଗାନ୍ଧୀଙ୍କ ମହାନତାର ପ୍ରଶଂସା କରୁଥିଲେ ଏବଂ କହୁଥିଲେ ରାଜୀବଙ୍କ ଯୋଗୁଁ ମୁଁ ବଞ୍ଚିଛି।