Wed. May 14th, 2025

ମୃତଦେହ ସହ ଦୁଷ୍କର୍ମ. ଅଭିଯୁକ୍ତଙ୍କୁ ୬ ବର୍ଷ ଜେଲ

By amfnews Feb 2, 2019
240 Views

ଲଣ୍ଡନ: ଇଂଲଣ୍ଡର ସେଣ୍ଟ୍ରାଲ ଇଂଲଣ୍ଡ କୋ ଅପରେଟିଭ ଫ୍ୟୁନେରାଲ କେୟାର ହୋମ ଭିତରେ ପଶି ଏକାଧିକ କଫିନ ଭାଙ୍ଗି ଲୁଟ୍‌ କରିବା ଓ ଏକ ମହିଳାଙ୍କ ମୃତଦେହ ସହିତ ଶାରୀରିକ ସମ୍ପର୍କ ରଢ଼ଖିବା ଅଭିଯୋଗରେ ବରଙ୍ଗିମହାମ କ୍ରାଉନ୍‌ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୬ ବର୍ଷ ଜେଲ ଦଣ୍ଡଠରେ ଦଣ୍ଡିତ କରିଛନ୍ତି। ଲୁଟ୍‌ ଓ ଶବ ସହ ଦୁଷ୍କର୍ମ ସମୟରେ ଯୁବକ ଜଣକ ମଦ୍ୟପାନ ସହିତ ଭୟଙ୍କର ନିଶା ସେବନ କରି ନିଜ ଆୟତରେ ନ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ମସିହା ନଭେମ୍ବର ମାସ ୧୧ ତାରିଖ ରାତି ୧ଟା ୪୦ ମିନିଟ୍‌ ସମୟରେ କାସିମ ଖୁରାମ ନାମକ ଜଣେ ୨୩ ବର୍ଷୀୟ ଯୁବକ ସେଣ୍ଟ୍ରାଲ ଇଂଲଣ୍ଡ କୋ ଅପରେଟିଭ ଫ୍ୟୁନେରାଲ କେୟାର ହୋମର କବାଟ ଖୋଲି ଭିତରେ ପଶିବା ସହିତ ଭିତରେ ଥିବା କଫିନ୍‌ଗୁଡ଼ିକର ଡାଙ୍କୁଣୀ ଖୋଲି ସେଥିରୁ ଅଳଙ୍କାର ଗୁଡ଼ିକ ଲୁଟ୍‌ କରିଥିଲେ। ତେବେ ସେଣ୍ଟ୍ରାଲ ଇଂଲଣ୍ଡ କୋ ଅପରେଟିଭ ଫ୍ୟୁନେରାଲ କେୟାର ହୋମର ଆଲରାମ ବାଜିବାରୁ ପୁଲିସ ସୂଚନା ପାଇ ଆସି ଘଟଣାସ୍ଥଳରେ ପହଞ୍ଚିଥିଲାା। ସତେବେଳକୁ ନିଶାସକ୍ତ କାସିମ ଖୁରାମ ବର୍‌ମିଙ୍ଗହାମ ଗ୍ରେଟ୍‌ ବାର ଭିତରେ ଏକ ମୃତଦେହ ସହିତ ଦୁଷ୍କର୍ମ କରୁଥିଲା। ପରେ କିସିମ ଖୁରାମଙ୍କୁ ଗରଫ କରାଯାଇ ତାଙ୍କର ୨ ସପ୍ତାହ ଯାଏ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ସେଣ୍ଟ୍ରାଲ ଇଂଲଣ୍ଡ କୋ ଅପରେଟିଭ ଫ୍ୟୁନେରାଲ କେୟାର ହୋମୁ ଲୁଟ୍‌ ଓ ମୃତଦେହ ସହିତ ଦୁଷ୍କର୍ମ ଅଭିଯୋଗରେ ବରଙ୍ଗିମହାମ କ୍ରାଉନ୍‌ କୋର୍ଟର ବିଚାରପତି ମେଲବର୍ଣ୍ଣ ଇନମ୍ୟାନ୍‌ ତାଙ୍କୁ ୬ ବର୍ଷ ଜେଲ ଦଣ୍ଡରେ ଦଣ୍ଡିିତ କରିବା ସହିତ ଖୁରାମଙ୍କ ଅପରାଧ ସମଗ୍ର ମାନବଜାତିର ସମ୍ବେଦନଶୀଳତା ପ୍ରତି ଅପରାଧ ବୋଲି ଅଭିହିତ କରିଛନ୍ତି।

By amfnews

Related Post