ନୂଆଦିଲ୍ଲୀ, ଅକ୍ଟୋବର ୨୪ : ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଆପତ୍ତି ଜନକ ତତ୍ତ୍ୱ, ପଥର ଫିଙ୍ଗିବା ଏବଂ ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେବା ନେଇ ଭିଡିଓ ଭାଇରାଲ ହେବା ପରେ ମଙ୍ଗଳବାର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ପୋଲିସ ଅଧିକ୍ଷକ ରବୀନ୍ଦ୍ର ସିଂହ ମଙ୍ଗଳବାର କହିଛନ୍ତି, ଭିଡିଓରେ ୮ ରୁ ୧୦ ଜଣ ବ୍ୟକ୍ତି ଏବଂ ସେମାନଙ୍କ ସହିତ କିଛି ଉପସ୍ଥିତ ଲୋକଙ୍କ ବିରୋଧରେ ମଙ୍ଗଳବାର ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।
ଥାନାନ ଅଧିକାରୀ କହିଛନ୍ତି ଭାଇରାଲ ହୋଇଥିବା ଭିଡିଓ ସ୍ଥାନୀୟ ସ୍ଥାନୀୟ ଅଞ୍ଚଳର । ଏହି ଅଭିଯୋଗରେ ରବିବାର ଓ ସୋମବାର କିଛି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ୱାରେଣ୍ଟ ଜାରି କରି ଦିଆଯାଇଛି । ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, ସେମାନଙ୍କୁ ଚିହ୍ନାଯାଇ ଗିରଫ କରାଯିବ ବୋଲି ଏଏସପି ସିଂହ କହିଛନ୍ତି ।
ସୂଚନାଯୋଗ୍ୟ ଶନିବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଥାନା ବ୍ରୋଣ୍ଡି ଅନ୍ତର୍ଗତ ଖୌରାବଜାରରେ ଶୋଭାଯାତ୍ରାରେ ଶାମିଲ ମହିଳାମାନେ ଅସଦାଚରଣ କରିବା ନେଇ ବିବାଦ ଦେଖାଯାଇଥିଲା । ଫଳରେ ୨ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ ।