Sun. Jun 8th, 2025

ମୁହଁ ଖୋଲିଲେ ଅମ୍ଳାନଙ୍କ ପତ୍ନୀ ଭୂମିକା : ମୁଣ୍ତ ବୁଲାଇବାରୁ ନଦୀକୁ ଖସି ପଡ଼ିଥିଲି, ମୋ ସ୍ବାମୀ ଓ ପରିବାର ନାମରେ ଗୁଜବ ସୃଷ୍ଟି କରାଯାଉଛି

By amfnews Nov 16, 2020 #Featured
259 Views

କଟକ: ଗତକାଲି ମହାନଦୀରୁ ପୁଲିସ ଦ୍ବାରା ଉଦ୍ଧାର ହେବା ପରେ ଘଟଣା ନେଇ ମୁହଁ ଖୋଲିଛନ୍ତି ଓଲିଉଡ଼ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ।  କଟକ ସିଡିଏ ମଧୁସୂଦନ ସେତୁରୁ ମହାନଦୀକୁ ଡ଼େଇଁ ସେ ଆତ୍ମହତ୍ୟା ଉଦ୍ୟମ କରି ନଥିଲେ ବୋଲି ଏକ ଭିଡିଓ ବାତ୍ତର୍ତ୍ତା ଜାରି କରି କହିଛନ୍ତି ଭୂମିକା । ଦୀପାବଳି ପୂଜା ପାଇଁ ଉପବାସ କରି ନଦୀକୁ ପୂଜା ସାମଗ୍ରୀ ପକାଇବାକୁ ଯାଇଥିବାବେଳେ ମୁଣ୍ତ ବୁଲାଇ ଦେବାରୁ ସେ ମହାନଦୀକୁ ଖସି ପଡ଼ିଥିଲେ ବୋଲି ମତ ରଖିଛନ୍ତି। ଏହାସହ ସେ କହିଛନ୍ତି, ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଖବର ସମ୍ପୂର୍ଣ୍ଣ ଭାବେ ମିଛ ଏବଂ ସ୍ବାମୀ ଓ ପରବାର ଲୋକଙ୍କ ନା’ରେ ଗୁଜବ ସୃଷ୍ଟି କରାଯାଉଛି।Video Player00:0000:41

ସୂଚନା ଅନୁଯାୟୀ, ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ମହାନଦୀ ପାଣିରୁ ଉଦ୍ଧାର କରାଯାଇଥିଲା। ଚର୍ଚ୍ଚା ହୋଇଥିଲା କି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାତ୍ର ଏ ନେଇ ତାଙ୍କର କୌଣସି ବୟାନ ଆସି ନଥିଲା। ଭୂମିକା ଏକ ଭିଡ଼ିଓ ମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ସ୍ପଷ୍ଟ କରି  କହିଛନ୍ତି ଯେ, ଦୀପାବଳୀ ପୂଜା ପାଇଁ ଉପବାସ କରିଥିଲି ଏବଂ ନଦୀକୁ ପୂଜା ସାମଗ୍ରୀ ପକାଇବାକୁ ଯାଇଥିଲି। ମୁଣ୍ତ ବୁଲାଇବାରୁ ଦନୀକୁ ଖସି ପଡ଼ିଥିଲି। ମିଛ ଖବର ପ୍ରକାଶ ନ କରିବାକୁ ଅନୁରୋଧ କରିଛନ୍ତି।

By amfnews

Related Post