Tue. Dec 24th, 2024

ମୁମ୍ବାଇ ସିଟି ସେଣ୍ଟର ମଲ’ରେ ଅଗ୍ନିକାଣ୍ଡ, ନିଆଁଲିଭା କାମରେ ୨୦ ଦମକଳ ବାହିନୀ ନିୟୋଜିତ

By amfnews Oct 23, 2020 #Featured
136 Views

ମୁମ୍ବାଇ, ଅକ୍ଟୋବର ୨୩ : ମୁମ୍ବାଇ ସିଟି ସେଣ୍ଟର ମଲ’ରେ ଗୁରୁବାର ରାତି ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗଣମାଧ୍ୟମକୁ ଅଗ୍ନିଶମ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶପିଂ ମଲରେ ରାତି ପ୍ରାୟ ୯ଟାରେ ଏହି ଅଗ୍ନିକାଣ୍ଡ ଦେଖାଯାଇଥିଲା । ଏହି ସମୟରେ ୨୦୦ରୁ ୩୦୦ ଲୋକ ଶପିଂ ମଲ’ ଭିତରେ ଥିଲେ ।

ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର ୨୦ଟି ଗାଡ଼ି ପହଂଚି ୪ ମହଲା ବିଶିଷ୍ଟ ଶପିଂ ମଲରେ ନିଆଁ ଲିଭା କାମ ବଢ଼ାଇଥିଲା । ନିଆଁ ଲିଭାଇବା ସମୟରେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ଆହତ ହୋଇଥିଲେ । ତାଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ତେବେ ଦମକଳ ବାହିନୀ ପ୍ରାୟ ୨୦୦ରୁ ୩୦୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶପିଂ ମଲ’ର ମୋବାଇଲ ଆସୋସିରିଜ ପାଶ୍ୱର୍ରେ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁବାର ସକାଳୁ ମୁମ୍ବାଇର କୁର୍ଲା (ପଶ୍ଚିମ)ରେ ମଧ୍ୟ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭିଥିଲା । 

By amfnews

Related Post