Sun. Mar 8th, 2026

ମୁମ୍ବାଇ ଷ୍ଟେସନ୍‌ରେ ଫସିଛନ୍ତି ୨୫ ବରିଷ୍ଠ ନାଗରିକ, ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ

185 Views

କଟକ : ମୁମ୍ବାଇ ଷ୍ଟେସନରେ ଫସି ରହିଛନ୍ତି କଟକର ୨୫ ଜଣ ବରିଷ୍ଠ ନାଗରିକ। ସେମାନେ ତୀର୍ଥ ଯାତ୍ରାରେ ଗଲା ୧୨ ତାରିଖରେ ଦ୍ବାରିକା ଓ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। କିନ୍ତୁ ଆଜି କରୋନା ପାଇଁ ସମସ୍ତ ଟ୍ରେନ୍‌ ବାତିଲ ‌ଘୋଷଣା କରି ଦିଆଯିବା ପରେ ସେମାନଙ୍କ ପାଇଁ କଟକ ଫେରିବା ଅସମ୍ଭବ ହୋଇ ପଡିଛି। ଆଜି ରାତି ୮ଟା‌ରେ ମୁମ୍ବାଇରୁ ପୁରୀ ଆସୁଥିବା ଟ୍ରେନରେ ସେମାନେ ଚଢିଥାନ୍ତେ। କିନ୍ତୁ ସମସ୍ତ ଟ୍ରେନ ବାତିଲ ‌ହୋଇଯାଇଥିବାରୁ ସମସ୍ତେ ଏବେ ଷ୍ଟେସନରେ ଅଟକି ରହିଛନ୍ତି। ଏପଟେ ସେମାନଙ୍କ ଫେରିବାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଛି।

ବକ୍ସିବଜାରର ବଣିଆସାହି ଓ ବେପାରସାହିର ୨୫ଜଣ ବରିଷ୍ଠ ନାଗରିକ ଗତ ୧୨ ତାରିଖରେ ଦ୍ବାରିକା ଓ ରାଜସ୍ଥାନ ବୁଲିବାକୁ ଯାଇଥିଲେ। ପ୍ରଥମେ ରାଜସ୍ଥାନର ବିଭିନ୍ନ ସ୍ଥାନ ବୁଲିବା ପରେ ଦ୍ବାରିକାକୁ ଆସିଥିଲେ। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଦ୍ବାରିକାରେ ଥିବା ବେଳେ ପୁଲିସ ସେମାନଙ୍କୁ ହୋଟେଲ ବାହରକୁ ନ ବାହରିବା ପାଇଁ କହିଥିଲା। ରବିବାର ସକାଳେ ସେମାନେ ମୁମ୍ବାଇ ‌େଷ୍ଟସନ୍‌ରେ ପହଞ୍ଚିଥିଲେ। ରାତି ୮ଟାରେ ଓଡ଼ିଶା ଫେରିବାକୁ ଥିବା ବେଳେ ଟ୍ରେନ ବାତିଲ ହୋଇଯିବାରୁ ସ୍ଥାନୀୟ ପୁଲିସ ସେମାନଙ୍କୁ ଷ୍ଟେସନରୁ ତଡି ଦେଇଥିଲା। ରବିବାର ଜନତା କର୍ଫ୍ୟୁ ଥିବାରୁ ସେମାନେ ଷ୍ଟେସନ ନିକଟରେ ଥିବା ଏକ ପୋଲ ତଳେ ରହିଥିଲେ। ଓଡ଼ିଶାକୁ ଫେରିବା ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ସ୍ଥାନୀୟ କିଛି ଲୋକ ସେମାନଙ୍କୁ ପୁଲିସର ଜିମା ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ପୁଣି ଷ୍ଟେସନ୍‌କୁ ଆଣି ପ୍ଲାଟଫର୍ମରେ ରଖି ଥିବାର ସୂଚନା ମିଳିଛି। ‌ଅନେକଙ୍କ ମୋବାଇଲ ଫୋନ ସ୍ବଇଚ୍‌ ଅଫ୍‌ ହୋଇଯାଇଥିବାରୁ ପରିବାର ଲୋ‌କେ ଚିନ୍ତାରେ ପଡି ଯାଇଛନ୍ତି। ଏ ଦିଗରେ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।

By amfnews

Related Post