291 Views
ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ବୁଲା କୁକୁର ସହ ଗଣଦୁଷ୍କର୍ମ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅମାନୁଷିକ ଘଟଣା ବିଷୟରେ ଜଣାପଡ଼ିବା ପରେ କେହି ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ସୂଚନା ମୁତାବକ, ସବୁବେଳେ ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦେବାକୁ ଆସିଥାନ୍ତି ସୁଧା ଫର୍ଣ୍ଣାଡ଼ିଜ୍ ନାମକ ଜଣେ ବ୍ୟକ୍ତି। ଶନିବାର କୁକୁରକୁ ଖାଇବାକୁ ଦେବା ପାଇଁ ସୁଧା ତା’ ପାଖକୁ ଯିବାରୁ କୁକୁରଟି ଡ଼ରରେ ପଛକୁ ଯିବାକୁ ଲାଗିଥିଲା ।କୁକୁରକୁ ପଛକୁ ଯିବା ଦେଖି ସୁଧା କିଛି ବୁଝି ପାରୁ ନଥିବା ବେଳେ କୁକୁରଟିର ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ସେ ଦେଖିଥିଲେ । ତାହା ପରେ ସେ ଏବଂ ତାଙ୍କ ସ୍ୱାମୀ କୁକୁରଟିକୁ ନେଇ ପଶୁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନାରେ କୁକୁରଟିର ଚିକିତ୍ସା କରି ଡାକ୍ତର ଦମ୍ପତିଙ୍କୁ ଜଣାଇବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । କୁକୁରର ଅବସ୍ଥା ଦେଖି ପାଖାପାଖି ୪ଜଣ ଲୋକ ମିଶି କୁକୁର ସହ ଗଣଦୁଷ୍କର୍ମ ହୋଇଛି ବୋଲି ଡାକ୍ତର ମତ ଦେଇଛନ୍ତି। ତେବେ କିଏ ଏଭଳି ଅମାନୁଷିକ କାର୍ଯ୍ୟ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।
