168 Views
ମୁମ୍ବାଇ, ଡିସେମ୍ବର ୨୦ : ଦକ୍ଷିଣ ମୁମ୍ବାଇସ୍ଥିତ ବିଳାସପୂର୍ଣ୍ଣ ହୋଟେଲ ‘ଟ୍ରାଇଡେଣ୍ଟ’ରେ ବୁଧବାର ବିଳମ୍ବିତ ରାତି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡର ମାତ୍ରା ଲେଭେଲ-୨ ଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖୁସିର କଥା ଯେ, ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ବ୍ୟକ୍ତିଙ୍କ କ୍ଷୟକ୍ଷତି ଘଟି ନାହିଁ ।
ସୂଚନାଯୋଗ୍ୟ ୩ ଦିନ ତଳେ ମୁମ୍ବାଇର ଅଂଧେରୀ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇଏସଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୫ ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ଗୁଡ଼ିକରେ ଭର୍ତ୍ତି କରାଯାଇଥିଲା ।