Sun. Mar 8th, 2026

ମୁମ୍ବାଇରେ ହୋଟେଲ୍‌ରେ ଭାଜପା ନେତାଙ୍କ ସହିତ ସମୟ ବିତାଉଛନ୍ତ ୩ କଂଗ୍ରେସ ବିଧାୟକ !

187 Views

ବେଙ୍ଗଲୁରୁ, ଜାନୁଆରୀ ୧୪: କର୍ଣ୍ଣାଟକର ଜଳସଂପଦ ମନ୍ତ୍ରୀ ଡି କେ ଶିବ କୁମାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଜେଡିଏସ୍‌-କଂଗ୍ରେସର ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ପୁଣି ଥରେ ‘ଅପରେସନ୍‌ ଲୋଟସ’ ଷଡଯନ୍ତ୍ର ଚଳାଇଛି। ସେ ଅଭିଯୋଗ କରିଛନ୍ତି ଯେ ତିନି ଜଣ କଂଗ୍ରେସ ବିଧାୟକ ମୁମ୍ବାଇରେ ଏକ ହୋଟେଲ୍‌ରେ କିଛି ଭାଜପା ନେତାଙ୍କ ସହିତ ସମୟ ବିତାଉଛନ୍ତି। ସେମାନଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ କିଭଳି ଅଫର ମିଳିଛି,ତାହା ବି ସେ ଜାଣିଛନ୍ତି। ଭାଜପା ଘୋଡ଼ା ବେପାର କରିବାକୁ ସକ୍ରିୟ ହୋଇଛି।


ଡି କେ ଶିବ କୁମାର କହିଛନ୍ତି ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ମଧ୍ୟ ଅବଗତ ଅଛନ୍ତି। ସେ ଦେଖିବା ଓ ଅପେକ୍ଷା କରିବା ନୀତି ଅବଲମ୍ବନ କରି ଘଟଣା ପ୍ରତି ସତର୍କ ଦୃଷ୍ଟି କରିଛନ୍ତି। ମକର ସଂକ୍ରାନ୍ତି ପରେ କର୍ଣ୍ଣାଟକରେ ଏକ ‘କ୍ରାନ୍ତି’ ଆସିବ ବୋଲି ଭାରତୀୟ ଜନତା ପାର୍ଟିର ଆଶାୟୀ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା କହିଛନ୍ତି। ଆଗରୁ ବହୁ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ଯେ ଭାଜପା ନେତାମାନେ ସେମାନଙ୍କୁ କଂଗ୍ରେସ ଦଳ ଛାଡ଼ି ଭାଜପାରେ ସାମିଲ ଲାଗି ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି। ତେବେ ଭାଜପା ନିଜର ଷଡଯନ୍ତ୍ରରେ ସଫଳ ହେବ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ଡି କେ ଶିବକୁମାର।

By amfnews

Related Post