Sun. Jun 8th, 2025

ମୁମ୍ବାଇରୁ ଉଦ୍ଧାର ହେଲା ଦୋମୁହାଁ ଦୁଲର୍ଭ ସାପ, ମୂଲ୍ୟ ଜାଣି ଆପଣ ବି ହାଇଯିବେ ଆଶ୍ଚର୍ଯ୍ୟ

By amfnews May 29, 2019 #Featured
454 Views

ମୁମ୍ବାଇ: ଭାରତରେ ସାପ ଦଂଶନ ହେତୁ ପ୍ରତିବର୍ଷ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣ ହେତୁ ସାପ ନାମ ଶୁଣିଲା ମାତ୍ରେ ଅନେକଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଆପଣ କେବେ ପାଞ୍ଚଟି ଫଣା ଥିବା ସାପ ଦେଖିଛନ୍ତି, ଏହା ଦେଖିବାକୁ ତ ବହୁତ ବିରଳ। କିନ୍ତୁ ନିକଟରେ ଦୁଇଟି ଫଣା ଥିବା ସାପ ଉଦ୍ଧାର ହୋଇଛି, ଯାହାର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ।

ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ପୁଲିସ ଦୁଇଜଣ ଲୋକଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୁଲିସ ପାଖାପାଖି ୨.୫ କୋଟି ଟଙ୍କା ମୂଲ୍ୟର ସାପ ଜବତ କରିଛି। ନବଘର ପୁଲିସ ଥାନାର ନିରୀକ୍ଷକ ରାମ ବାଲାସିଙ୍ଗଙ୍କ ସୂତ୍ରରୁ ପ୍ରକାଶ, ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଭାୟନ୍ଦରରେ ଏକ ସ୍ଥାନରେ ନଜର ରଖି ଦୁଇ ଲୋକଙ୍କୁ ମଙ୍ଗଳବାର ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ସେମାନଙ୍କ ବ୍ୟାଗ ଯାଞ୍ଚ କରିଥିଲା। ପୁଲିସ ଏହି ବ୍ୟାଗ ଭିତରୁ ଦୁଇ ମୁଣ୍ଡିଆ ସାପ ଉଦ୍ଧାର କରିଥିଲା, ଯାହାର ମୂଲ୍ୟ ବେଆଇନ ବନ୍ୟଜୀବ ବଜାରରେ ପାଖାପାଖି ୪୫ଲକ୍ଷ ଟଙ୍କା ହେବ। ଏହି ଦୁଇ ଅଭିଯୁକ୍ତ ସାପ ବିକ୍ରି ପାଇଁ ଯୋଜନା କରୁଥିଲେ। ମୁମ୍ବାଇରେ ରହୁଥିବା ଓ୍ଵାଜିଦ ହୁସେନ ମହମ୍ମଦ ୟୁସୁଫ କୁରେସି (୪୭) ଓ ସମ୍ଭୁ ଅଚ୍ଛେଲାଲ ପାସଓ୍ଵାନ (୩୯)ଙ୍କୁ ପୁଲିସ ଗିରଫ କରିଛି।

By amfnews

Related Post