Sat. Mar 7th, 2026

ମୁମ୍ବାଇବାସୀଙ୍କ ଚିନ୍ତା ବଢ଼ାଉଛି କରୋନା, ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଛୁଇଁ

286 Views

ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ‌ଏବେ ସୁଦ୍ଧା ପ୍ରାୟ ୫୧ ହଜାର କୋଭିଡ୍‌-୧୯ ଆକ୍ରାନ୍ତ ହେବା ପରେ ‌କରୋନାକୁ ନେଇ ସହରର ଲୋକଙ୍କ ଭିତରେ ଭୟ ବଢ଼ି ବଢ଼ି ଚାଲିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଭାରତରେ ଏବେ ସୁଦ୍ଧା ୨୬୬,୫୯୮ କୋଭିଡ୍‌ ଆକ୍ରାନ୍ତ ହୋଇ ସାରି ଥିବାବେଳେ କେବଳ ମହାରାଷ୍ଟ୍ରରେ ହିଁ ଆକ୍ର‌ାନ୍ତ ସଂଖ୍ୟା ୯୦ ହଜାର ଛୁଇଁଲାଣି।

ଏହି ସଂକ୍ରମଣ ରାଜଧାନୀ ଦିଲ୍ଲୀକୁ ବି କବଳିତ କରି ସାରିଲାଣି। ଏ ନେଇ ଗତ କାଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ କି ଜୁଲାଇ ଶେଷ ସୁଦ୍ଧା ଦିଲ୍ଳୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫.୫ ଲକ୍ଷରେ ପହଞ୍ଚିଥିବ।

ଲଗାତର ୩ ମାସର ଲକ୍‌ଡାଉନ୍‌ ପରେ ଭାରତରେ ଏବେ ଅନେକ କୋହଳ କରାଯାଇଛି, ଫଳରେ ଆହୁରି ଅଧିକରୁ ଅଧିକ କରୋନା ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି।

ଦୀର୍ଘ ୩ ମାସ ପରେ ଜୁନ୍‌ ୮ ତାରିଖରେ ସପିଂ ମଲ୍‌, ଧାର୍ମିକସ୍ଥଳୀକୁ ଖୋଲିବାର ଅନୁମତି ମିଳିଛି। ତା ପୂର୍ବରୁ ବିଭିନ୍ନ ପ୍ରକାରର କୁଚୁରା ବେପାର ଓ ପରିବହନୁ ଅନୁମତି ମିଳି ସାରିଥିଲା।

ବିଶେଷଜ୍ଞଙ୍କ କହିବାନୁସାରେ ଦେଶର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ଲକ୍‌ଡାଉନ୍‌କୁ ହଟାଇବା ଛଡ଼ା ଅନ୍ୟ କୌଣସି ପନ୍ଥା ବି ନଥିଲା। ଲକ୍ଷ ଲକ୍ଷ ଲୋକ ନିଜ ନିଜର ଚାକିରି ହରାଇ ଛାଡ଼ିଲେଣି। ହଜାର ହଜାର ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ଘରକୁ ଫେରିବା ହେତୁ ଅନେକଙ୍କ ଜୀବନ ବି ଗଲାଣି।

By amfnews

Related Post